ଜୀବନ ତତ୍ତ୍ୱ : ମଞ୍ଚାରୁ ପଡ଼ି ମାମୁଁ ମଲା..

0
  • ++++++++++++++++++++
  • ଆଲେଖ୍ୟ : ଶ୍ରୀକାନ୍ତ ଦାସ
  • TATKAL ODISHA //ତୀର୍ଯ୍ୟକ //
  • ++++++++++++++++++++

ଦୈନିକସମ୍ବାଦପତ୍ର ସବୁର ପୃଷ୍ଠା ମେଲାଇଲେ ମାନବିକତାର ଚରମ ଅଧୋଗତିର ରାଶି ରାଶି ଉଦାହରଣ ଦେଖିବାକୁ ମିଳେ | ବାପା, ଝିଅ, ମା ‘ପୁଅ, ଭାଇ ଭଉଣୀ, ସ୍ୱାମୀ, ସ୍ତ୍ରୀ ଇତ୍ୟାଦି ପବିତ୍ର ସମ୍ପର୍କରେ କିପରି କଳଙ୍କ ଲାଗିଯାଉଛି, ଓ ସେମାନଙ୍କୁ ନେଇ କେତେ ଲୋମ ହର୍ଷଣକାରୀ ଘଟଣା ସମାଜରେ ଘଟୁଚି ତାହା ଆଗରୁ କଳ୍ପନାର ବାହାରେ ଥିଲା |

ଶ୍ରୀକାନ୍ତ ଦାସ

ରାତିପାହିଲେ ଖବର କାଗଜ,ଓ ଦୂରଦର୍ଶନ ସମ୍ବାଦର ଶିରୋନାମା ମଣ୍ଡନ କରୁଥିବା ଏ ଘଟଣାରୁ ସମାଜର ସାମାଜିକତା ,ମଣିଷର ମାନବିକତା କେଉଁ ସ୍ତରରେ ପହଞ୍ଚିଲାଣି ତାହା ଜାଣିହେବ | ସମାଜରେ ଥିବା ବୁଦ୍ଧିଜବୀ, ନ୍ୟାୟପରାୟଣ ବ୍ୟକ୍ତିଙ୍କୁ ଏହା ତ୍ରସ୍ତ ,ଆନ୍ଦୋଳିତ କରୁଚି |ତୁମକୁ ସେମାନେ ଆଶ୍ରା କରିଚନ୍ତି,ଯେ ‘ମହାବାହୁ ଏସବୁର ପ୍ରତିକାର କରିବେ”|, ହେଲେ ତୁମେ ନୀରବ |
ସେଦିନ ପ୍ରଦୀପ୍ ଅଭିମାନ ଭରା କଣ୍ଠରେ ଗାଇଥିଲେ,”ଦେଖ୍ ତେରେ ସଂସାର କି ହାଲତ୍ କ୍ୟା ହୋଗୟି ଭଗବାନ୍,କିତ୍ ନା ବଦଲ୍ ଗୟା ଇନ୍ସାନ୍ | ଚାନ୍ଦ୍ ନ ବଦଲା,ସୂରଜ ନ ବଦଲା ,ନ ବଦଲା ଏ ଆସ୍ମାନ୍ | କିତ୍ ନା ବଦଲ୍ ଗୟା ଇନ୍ସାନ୍ | ସେଦିନ ପ୍ରାକୃତିକ ପରିବେଶର ପରିବର୍ତ୍ତନ ହୋଇ ନ ଥିଲା,ମାନବିକତାର ଅଧୋଗତି ତାଙ୍କୁ ଦୁଃଖ ଦେଇଥିଲା |
ଏବେ କିନ୍ତୁ ସବୁ ବଦଳି ଯାଇଛି | ମାନବିକତାର ଚରମ ଅଧୋଗତି ସାଂଗକୁ ପରିବେଶର ସନ୍ତୁଳନ ବିଗିଡି ଯାଇଛି | ଏବର କରୋନା ଦାଉରେ ପରିବେଶ ପୂନଃ ସଂଜୀବିତ ହୋଇଛି | ଜଣାପଡୁଚି ତୁମେ ପରିବେଶକୁ ସ୍ୱଛ କରିବାକୁ କରୋନାକୁ ଆଣିଛ |ଏହାପରେ ମାନବିକତାର ପୂନଃ ସ୍ଥାପନା କରିବା ପାଇଁ ଅପେକ୍ଷା କରିଚ,ସେଇ ଦିନକୁ ଯେଉଁ ଦିନ ମାନବିକତା ସଂପୂର୍ଣ ମରିଯିବ.ଆଉ ମାନବର ଜଘନ୍ୟତାର ନୂତନ ଇତିହାସ ଲେଖାଯିବ | ତା ପରେ ତୁମେ ନୂତନ ସର୍ଜନା କରିବ!ଯଦି ଏହା ତୁମର ଇଛା ତେବେ ମୋର ଅଭିମାନ ନିରର୍ଥକ ମନେକରିବି |
ତଥାପି ତୁମକୁ ପଚାରୁଚି,”ହେ ମହାବାହୁ! ତୁମେ ପରା ସମଗ୍ର ଆର୍ଯ୍ୟାବର୍ତ୍ତର ପ୍ରତିନିଧି ସ୍ୱରୂପ ସଖା ଅର୍ଜୁନଙ୍କୁ କହିଥିଲ,

  • ” ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ, ଅଭ୍ୟୁତ୍ଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍.(ଗୀତା ୪/୭)
    ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍, ଧର୍ମଂ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ.(ଗୀତା ୪/୮)
    ସତରେ କ’ଣ ତୁମ ମତରେ ଧର୍ମର ସଂପୂର୍ଣ ଗ୍ଳାନି ହୋଇନି?
    ତୁମେ ତ ନଅଟି ଅବତାର ନେଇ ସାରିଚ | ଦଶମ କଳ୍କୀ ଅବତାର କେବେ ନେଇ ମ୍ଳେଛ ସଂହାର କରିବ?ଧରା ଉଶ୍ୱାସ ହେବ, ଯୋଗୀ, ସାଧୁ,ସନ୍ଥଙ୍କର ଇଛା ପୂରଣ ହେବ |
    ଗୀତାରେ ଅର୍ଜୁନଙ୍କୁ ତୁମେ କହିଛ, “ରସୋହଂପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟୟୋଃ,ପ୍ରଣବଃ ସର୍ବ ବେଦେଷୁ ଶବ୍ଦଃ ଖେ ପୌରୁଷଂ ନୃଷୁ.(ଗୀତା୭/୮)
    ହେ ଅର୍ଜୁନ! ମୁଁ ଜଳରେ ରସ,ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଆଲୋକ,ବୈଦିକ ମନ୍ତ୍ରରେ ମୁଁ ହେଉଛି ଓଁ କାର,ଆକାଶର ମୁଁ ହେଉଛି ଶବ୍ଦ ଓ ମନୂଷ୍ୟ ଭିତରେ ଥିବା ମନୂଷ୍ୟତ୍ୱ ଅଟେ |
    ସତରେ ଯଦି ତୁମେ ସବୁ ମଣିଷଙ୍କ ଭିତରେ ଅଛ, ତେବେ ସମସ୍ତଙ୍କର ଚିତ୍ର ,ଚରିତ୍ର ଭିନ୍ନଭିନ୍ନ ହେଉଛି କିପରି? ବୋଧ ହୁଏ ତୁମେ ପ୍ରତି ମଣିଷ ଭିତରେ ବିବେକ ରୂପେ ରହିଛ.ହେଲେ ପାଞ୍ଚମନ ପଚିଶ ପ୍ରକୃତିର ବଶବର୍ତ୍ତୀ ମନୂଷ୍ୟ ତୁମକୁ ଅଣଦେଖା କରି ତା ମନଇଛା କାମ କରୁଚି | ଏଥିପାଇଁ ତା କର୍ମ ଫଳ ଭୋଗିବା ପାଇଁ ତୁମେ ତାକୁ ଛାଡିଦେଇଛ |
    ସତରେ କ’ଣ ମ୍ଳେଚ୍ଛ ସଂହାରୀବାକୁ ତୁମେ ଏ ଧରାକୁ ଆସ? ତୁମେତ କହିଚ,” କର୍ମ ଫଳ ଭୋଗିବାକୁ ପଡେ” |
    ମଞ୍ଚାରୁ ପଡି ମାମୁଁ ମଲା,ମୋତେ ତ ଦଇବ ରଖିଲା”…କଂସ ତା ପାପ ଭାରରେ ଏତେ ଭାରାକ୍ରାନ୍ତ ହୋଇଗଲା ଯେ ତୁମର ଦର୍ଶନ ମାତ୍ରକେ ତାର ମୁଣ୍ଡ ଘୂରାଇ ଦେଲା ଓ ସେ ମଞ୍ଚାରୁ ପଡି ମଲା, ତା କର୍ମ ଫଳ ଭୋଗିଲା |
    ସତରେ ତୁମେ କିଛି କରନା,ଅଥଚ ସମସ୍ତଙ୍କ ଇଛା ପୂରଣ କର | ଯେ ଯାହା ମାଗେ ତାକୁ ତା କର୍ମ ଫଳ ଅନୁଯାୟୀ ପ୍ରଦାନ କର |ବେଳେବେଳେ ଏଥିପାଇଁ ଅବତାର ନିଅ | ୯ଟି ଅବତାରରେ ତୁମେ ସେୟା ହିଁ କରିଚ |
    ଗୀତାରେ ତୁମେ ତ ସ୍ୱୀକାର କରିଛ,’ଈଶ୍ୱର ସର୍ବ ଭୂତାନାଂ,ହ୍ରୁଦ୍ଦେଶେ ଅର୍ଜୁନ ତିଷ୍ଠତି,
    ଭ୍ରାମୟନ୍ ସର୍ବ ଭୂତାନି
    ଯନ୍ତ୍ରଋଢାନି ମାୟୟା |(ଗୀତା୧୮/୬୧)
    “ହେ ଅର୍ଜୁନ!ଈଶ୍ୱର ସବୁ ପ୍ରାଣୀଙ୍କ ଅନ୍ତରରେ ବାସ କରୁଚନ୍ତି,ତାଙ୍କର ମାୟା ଶକ୍ତି ଦ୍ୱାରା ଘୂରାଉଛନ୍ତି | ଜୀବ ଯନ୍ତ୍ରାଋଢ ପିତୁଳା ପରି ଘୂରୁଅଛି | “ଆଉ ମଧ୍ୟ,”ତମେବ ଶରଣଂ ଗଚ୍ଛ,ସର୍ବ ଭାବେନ ଭାରତ !,ତତ୍ ପ୍ରସାଦାତ୍ ପରାଂ ଶାନ୍ତି, ସ୍ଥାନ ପ୍ରାପ୍ସ୍ୟସି ଶାଶ୍ୱତମ୍ | (ଗୀତା ୧୮/୬୨)
    “ହେ ଭାରତ ! ତୁମେ ସବୁ ପ୍ରକାରେ ସେହି ପରମେଶ୍ୱରଙ୍କ ଶରଣ ନିଅ |ସେହି ପରମାତ୍ମାଙ୍କ କୃପାରୁ ତୁମେ ପରମଶାନ୍ତି ଓ ପରମ ଧାମକୁ ପ୍ରାପ୍ତ ହେବ |
    ଆହୁରି ମଧ୍ୟ କହିଛ”,ସର୍ବ ଧର୍ମାନ୍ ପରିତ୍ୟେଜ୍ୟ ମାମେକଂ ଶରଣଂ ବ୍ରଜ,ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ,ମୋକ୍ଷୟିସ୍ୟାମି ମା ଶୁଚ | (ଗୀତା୧୮/୬୬ )
    “ସମସ୍ତ ପ୍ରକାର ଧର୍ମ ତ୍ୟାଗକରି ମୋର ଶରଣକୁ ଆସିଯାଅ,ମୁଁ ତୁମ୍ଭଙ୍କୁ ସମସ୍ତ ପାପରୁ ମୁକ୍ତ କରିଦେବି,ଏଥିରେ ତିଳେମାତ୍ର ସଂଦେହ ନାହିଁ |
    ତେବେ ମୋର ମତ ଯେ ତୁମେ ଦୁଷ୍ଟ ନିବାରଣ ପାଇଁ ଯେତିକି ନ ଆସ,ବେଶୀ ଆସ ତୁମ ଗଢା ଏ ସୁନ୍ଦର ସୃଷ୍ଟିକୁ ମନପୂରାଇ ଦେଖିବାପାଇଁ,ତାରି ଭିତରେ ଲୀଳାଖେଳା କରିବାପାଇଁ |ତୁମ ମତରେ ଏ ମଣିଷ ଜନ୍ମ ଦୂର୍ଲ୍ଲଭ | ସବୁ ଜୀବଙ୍କୁ ଗଢିସାରିବା ପରେ ମଣିଷକୁ ଗଢିଚ | ସମସ୍ତଙ୍କ ସହଜାତ ପ୍ରବୃତ୍ତି ଭାବେ ଆହାର, ନିଦ୍ରା,ଭୟ ଓ ମୈଥୁନ ଦେଲ.ହେଲେ ମଣିଷକୁ ଅଧିକା ‘ବିବେକ’ ଓ ‘ଚିନ୍ତାଶକ୍ତି’ ଦେଇ ତାକୁ ଏ ଧରାର ଶ୍ରେଷ୍ଠତ୍ୱ ପ୍ରଦାନ କଲ, ଯେପରି ସେ ଏହାକୁ ରକ୍ଷା କରିବ | ତୁମ ସୃଷ୍ଟିର ସୌନ୍ଦର୍ଯ୍ୟରକ୍ଷାକରିବ |ହେଲେ ତୁମକୁ ସେ ଅବଜ୍ଞା କରି ନିଜେ ନିଜ ଖିଆଲ୍ ଅନୁସାରେ କାମ କରି ସମସ୍ତଙ୍କ ପାଇଁ ବିପତ୍ତି ଆଣିଚି, ମାନବରୁ ଦାନବ ହୋଇଛି |
    ଏଣୁଆଉଡେରି କରନି ପ୍ରଭୂ ! ଦଶମ ଅବତାର ନେଇ ଭସ୍ମାସୂର ମାନଙ୍କୁ ତାଙ୍କ କର୍ମାନୁସାରେ ଫଳ ପ୍ରଦାନ କର |ଏ ଧରାକୁ ଶାନ୍ତିର ନିଳୟକର,ସାଧୁ,ସନ୍ଥ,ଶାନ୍ତି ପ୍ରିୟ ମଣିଷଙ୍କୁ ରକ୍ଷାକର |
    ପାଣ୍ଡବ ଗୀତାରେ ତୁମକୁ ମାନବ ଜାତିର ପ୍ରତିନିଧି ଅର୍ଜୁନ କହିଥିଲେ… “ଜାନାମ୍ୟ ଧର୍ମଂ ନ ଚ ମେ ପ୍ରବୃତ୍ତି,ନ ଜାନାମ୍ୟ ଧର୍ମଂ ନ ଚ ମେ ନିବୃତ୍ତି,ତ୍ୱୟା ହୃଷିକେଶ ହୃଦି ସ୍ଥିତେନ,ଯଥା ନିଯୁକ୍ତୋସ୍ମି ତଥା କରୋମି |”
  • ଶ୍ରୀକାନ୍ତ ଦାଶ, ସଭାପତି “ଅବି “, Association for the Undeveloped Beneficiaries of India (AUBI)ଓ କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ
  • ମୋବାଇଲ ନମ୍ବର 9238304919

Leave A Reply

Your email address will not be published.