ଜିତେନ୍ଦ୍ର ପଟ୍ଟନାୟକଙ୍କ ଆଦିବାସୀ ପୁସ୍ତକ ‘ଡଙ୍ଗରାନ କୁଆଁ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

0


ରାଜ୍ୟପାଳ କହିଲେ, ବିରଳ ଗବେଷଣାତ୍ମକ ପୁସ୍ତକ  

ଭୁବନେଶ୍ୱର,//ତତ୍କାଳ ଓଡିଶା//

ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ପ୍ରକାଶିତ ଗବେଷଣାତ୍ମକ ପୁସ୍ତକ “ଡଙ୍ଗରାନ କୁଆଁ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକାର୍ପିତ କରିଛନ୍ତି I ବିଶିଷ୍ଟ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏହାର ଲେଖକ I     

 

ରାଜ୍ୟପାଳଙ୍କ ହାତରେ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଆଦିବାସୀ ପୁସ୍ତକ “ଡଙ୍ଗରାନ କୁଆଁ”

ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଆଦିମ ଡଙ୍ଗରିଆ ଜନଜାତିଙ୍କ ଉପରେ ଏହା ଏକ ଉପାଦେୟ ଓ ବିରଳ ଗବେଷଣାତ୍ମକ ପୁସ୍ତକ ବୋଲି ଅଭିହିତ କରିଛନ୍ତି I ସେ କହିଛନ୍ତି ଯେ, ଜିତେନ୍ଦ୍ର ବାବୁ ନିୟମଗିରିର ଦୁର୍ଗମ ଅଞ୍ଚଳ ଯାଇ ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ତାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ I ତାଙ୍କୁ ମୋର ଆଶୀର୍ବାଦ I ତେଣୁ ବିଭିନ୍ନ ଜନଜାତିଙ୍କ ଉପରେ ସେ ଏଭଳି ଗବେଷଣା ଜାରି ରଖନ୍ତୁ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ I  

ଡଙ୍ଗରାନ କୁଆଁ’ର ଅର୍ଥ ହେଉଛି ‘ବଣର ମଣିଷ’ ବା ଜଙ୍ଗଲୀ ମଣିଷ I 242 ପୃଷ୍ଠା ସମ୍ବଳିତ ଏହି ପୁସ୍ତକଟିରେ ମୋଟ 6ଟି ମୁଖ୍ୟ ବିଭାଗ ଥିଲାବେଳେ 16ଟି ଉପବିଭାଗ ରହିଛି I ଏଥିରେ ମୁଖ୍ୟତଃ ଡଙ୍ଗରିଆଙ୍କ ମିଥ, ଜୀବନ ଓ ସଂସ୍କୃତି, ଜୀବନ ଓ ଜୀବିକା, ଡଙ୍ଗରିଆଙ୍କ ଲୁହ, କାଠ ଗଡାରେ  ନିୟମଗିରି ଏବଂ ସମସ୍ୟା ଓ ସମାଧାନ ଉପରେ ଫୋକସ କରାଯାଇଛି I ପୁସ୍ତକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ‘ପ୍ରଥମ ଅର୍ଘ୍ୟ’ ଅର୍ପଣ କରିଥିଲାବେଳେ ବିଶିଷ୍ଟ ଲେଖକ, ଗବେଷକ, ଅନୁବାଦକ ଅସିତ କୁମାର ମହାନ୍ତି ମୁଖବନ୍ଧ ଲେଖିଛନ୍ତି I  ଏହି ପୁସ୍ତକଟି ପାଠକ ଓ ଗବେଷକଙ୍କ ମହଲରେ ଖୁବ ଆଦୃତ ହେବ ବୋଲି ଆଶା କରାଯାଉଛି  I  

ଉଲ୍ଲେଖନିୟ ଯେ, ଗବେଷକ ଜିତେନ୍ଦ୍ର ପଟ୍ଟନାୟକ ପୂର୍ବରୁ ଆଉ ଏକ ଗୋଂଡ ଜନଜାତିଙ୍କ ଜୀବନ ଓ ସଂସ୍କୃତି ଉପରେ ବିରଳ ଗବେଷଣାତ୍ମକ ପୁସ୍ତକ “ଡ଼ଙ୍ଗର ଉହାଡେ ଜହ୍ନ” ରଚନା କରି ବେଶ ଚର୍ଚିତ ହୋଇଥିଲେ I ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ I ରାଜ୍ୟରେ ପ୍ରାୟ ସବୁ ସରକାରୀ ପାଠାଗାରରେ ଉପଲବ୍ଧ I

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ମଧ୍ୟ ତାହା ଅର୍ପଣ ହୋଇଥିଲା I

Leave A Reply

Your email address will not be published.