ଜନ୍ମଦିନରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

0
  • ଆଲେଖ୍ୟ//ଶ୍ରୀକାନ୍ତ ଦାସ


ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କର ଜନ୍ମଦିନ | ସ୍ୱଧିନତା ସଂଗ୍ରାମୀ, ତଥା ଭାରତର ପ୍ରଥମ ସ୍ୱାଧୀନ ସରକାର ‘ଆଜାଦ ହିନ୍ଦ ସରକାରର ପ୍ରତିଷ୍ଠାତା ନେତାଜୀ ସୁବାସ ଚନ୍ଦ୍ର ବୋଷ ଥିଲେ ଜାନକୀନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କର ସପ୍ତମ ସନ୍ତାନ |

1897ମସିହା ଆଜିର ଦିନରେ ସେ ଆମ ରାଜ୍ୟ କଟକ ସହର ଓଡ଼ିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ | କଟକ ମିସନାରୀ ବିଦ୍ୟାଳୟ ଓ କଲେଜିଏଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ସେ କଲିକତା ଚାଲି ଯାଇଥିଲେ| ସେଠାରେ ସେ 1913ରେ ଏଣ୍ଟ୍ରାନ୍ସ ଓ 1915ମସିହାରେ I.A.ପାସ, 1919ମସିହାରେ ଦର୍ଶନ ଶାସ୍ତ୍ର ସମ୍ମାନ ସହ B.A.ପାସ କଲେ |

ପରେ ବିଲାତ ଯାଇ I.C.S ପରୀକ୍ଷାଦେଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ |

ରାମକୃଷ୍ଣ ପରମହଂସ ଓ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ସୁବାସ ବୋଧେ ଦେଶ ସେବା ପାଇଁ ଜନ୍ମି ଥିଲେ |ଏଣୁ ଉଚ୍ଚ ସରକାରୀ ଚାକିରୀ ମୋହ ତ୍ୟାଗ କରି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ |

ମହାତ୍ମା ଗାନ୍ଧିଙ୍କ ନିର୍ଦ୍ଦେଶରେ ସେ କଲିକତା ଯାଇ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କୁ ଭେଟି ତାଙ୍କ ନେତୃତ୍ୱରେ ଆନ୍ଦୋଳନ ରେ ସକ୍ରିୟ ରହିଲେ |ସେ ଆନ୍ଦୋଳନ ପାଇଁ କାରାବାସ ଭୋଗିଲେ | ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ 1917 ମେ 27 ତାରିଖରେ କାରା ମୁକ୍ତ ହେଲେ |1938 ରେ ସେ ଜାତୀୟ କଂଗ୍ରେସର ସଭାପତି ହେଲେ |ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନକୁ ସେ ପସନ୍ଦ କରୁ ନ ଥିଲେ |ଏଥିପାଇଁ ଗାନ୍ଧୀ ବାଦୀଙ୍କ ଚାପରେ ସଭାପତି ପଦରୁ

ଇସ୍ତଫା ଦେଇ ନିଜ ଦଳ forward ବ୍ଲକ ଗଠନ କଲେ |
ପରେ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ସେ ଛଦ୍ମ ବେଶରେ ଆଫଗାନିସ୍ତାନ ଦେଇ ଜର୍ମାନୀ ଗଲେ ଓ ହିଟଲରଙ୍କ ସହ ବନ୍ଧୁତା ସ୍ଥାପନ କଲେ |ତାଙ୍କ ସାହାଯ୍ୟରେ ଯୁଦ୍ଧ ବନ୍ଦୀଙ୍କୁ ମୁକ୍ତ କରି ଆଜାଦ ହିନ୍ଦ ଫଉଜ ଗଠନ କଲେ |ସେଠାରୁ ଜାପାନ ଆସି ଜାପାନ ସରକାରଙ୍କ ସହଯୋଗରେ ସିଙ୍ଗାପୁରରେ ଭାରତୀୟ ସ୍ୱାଧୀନ ସରକାର ଗଠନ କଲେ |ଏସବୁ ଘଟଣା ତାଙ୍କ ବିଚକ୍ଷଣ ବୁଦ୍ଧି, ସାହସ ଓ ଜ୍ଞାନର ପରିଚୟ ଦିଏ |

ସଂଗଠିତ ଆଜାଦ ହିନ୍ଦ ଫଉଜ ସହାୟତାରେ ସେ ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ |ଭାରତ ସୀମା ଅତିକ୍ରମ କରି ନାଗାଲାଣ୍ଡର ରାଜଧାନୀ କୋହିମା ଅଧିକାର କଲେ ଓ ଭାରତୀୟ ତ୍ରିରଙ୍ଗା ଉଡ଼ାଇଲେ |
ରହସ୍ୟ ମୟ ପରିସ୍ଥିତିରେ ବିମାନ ଦୁର୍ଘଟଣାରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ |


ଭାରତ ସ୍ୱାଧୀନ ହେବାରେ ତାଙ୍କର ବଳିଷ୍ଠ ଭୂମିକା ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ |


ଭାରତ ମା “ର ଏହି ସୁଯୋଗ୍ୟ ସନ୍ତାନଙ୍କ ଜନ୍ମଦିନରେ ଓଡ଼ିଆ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |


ଜୟହିନ୍ଦ
* ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଦୂରଭାଷ -9238304919

Leave A Reply

Your email address will not be published.