ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ!

0
  • ଏବେ ପବନ କମ, ବର୍ଷା ବେଶୀ
  • ବାତ୍ୟା ଉତ୍ତର ପଶ୍ଚିମ ମୁହାଁ

ପୁରୀ,ଭୁବନେଶ୍ୱର//TATKAL ODISHA//

 ବାତ୍ୟା ‘ଜୱାଦ’ ସ୍ଥଳଭାଗ ମୁହାଁ ହେଉଥିଲେ ହେଁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି I ତାହା ରବିବାର ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ ଦୁର୍ବଳ ହୋଇଯିବ I

ତେବେ  ଏସବୁ ସମ୍ଭବ ହେଲା କିପରି?

ଜଗା କିଛି ଖେଳ କଲା କି??

* ଶ୍ରୀକ୍ଷେତ୍ରର ନୀଳଗିରିରେ ବିଜେ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚ୍ଛନ୍ନ ହାତ ଯୋଗୁଁ ଭୟଙ୍କର ରୂପ ନେଇ ଆସୁଥିବା ବାତ୍ୟା “ଜୱାଦ” ସମୁଦ୍ରରେ ଲୀନ ହୋଇ ଯାଉଛି ବୋଲି ଭକ୍ତଙ୍କ ମହଲରେ ଖୁବ ଚର୍ଚ୍ଚା ହେଉଛି I

ଏହାକୁ ନେଇ ଜଗନ୍ନାଥଙ୍କ ଏକ “କାର୍ଟୁନ” ଭାଇରଲ ହୋଇଛି I ମହାପ୍ରଭୁ ସମୁଦ୍ର ତଟରେ କୁନି ଭକ୍ତ ସହ ଛିଡ଼ା ହୋଇ ବାତ୍ୟା ଜୱାଦକୁ ହାତ ଦେଖାଇ ରୋକୋ ଥିବାର ଦେଖାଯାଇଛି I

ସୂର୍ଯ୍ୟକାନ୍ତଙ୍କ କାର୍ଟୁନ : ବାତ୍ୟା ଓ ଜଗା

IMD ରିପୋର୍ଟ କଣ ରହିଛି??

  ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।  ବାତ୍ୟା ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ଘଣ୍ଟା ପ୍ରତି ୪ କିମି ବେଗରେ ଉତର-ଉତରପଶ୍ଚିମ ଦିଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଦୁର୍ବଳ ହୋଇସାରିଥିବ I 

   ଶନିବାର IMD ମହାନିର୍ଦ୍ଧେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ‘ଜୱାଦ’ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୩୦ କିମି ଦୂରରେ ରହିଥିବା ବେଳେ  ଗୋପାଳପୁରଠାରୁ ଦକ୍ଷିଣରେ  ୩୪୦ କିଲୋମିଟରରେ ଏବଂ  ପୁରୀଠାରୁ  ୪୧୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ପାରାଦୀପଠାରୁ ବି ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୯୦ କିମି ଦୂରରେ ଥିବା ଜଣାପଡିଛି ।

Leave A Reply

Your email address will not be published.