ଜଗନ୍ନାଥ ହୋ..ସତ୍ୟବ୍ରତଙ୍କ କଣ୍ଠରେ ପୁଣି ଥରେ

0
  • ବାରମ୍ବାର ଶୁଣନ୍ତୁ ସେଇ ଭକ୍ତି ଗୀତ
  • ଭାବ ଓ ଭକ୍ତିରେ ତନ୍ମୟ ହୁଅନ୍ତୁ

ଭୁବନେଶ୍ୱର//TATKAL ODISHA//MUSIC//

ଜଗନ୍ନାଥ ହୋ..

କିଛି ମାଗୁ ତତେ… ଧନ ମାଗୁ ନାହିଁ..ଜନ ମାଗୁନାହିଁ… ମାଗୁଛି…

ଓଡ଼ିଶାର ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳଙ୍କ କଣ୍ଠରେ ହୃଦୟକୁ ଛୁଉଁଥିବା ଏଇ ସୃତି ମଧୁର ପ୍ରାଚୀନ ଗୀତଟିକୁ ଯିଏ ଶୁଣିଛି, ସେ ଭାବ ଓ ଭକ୍ତିରେ ତନ୍ମୟ ହୋଇ ଉଠିଛି I ଆଉ ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ବି ବାରମ୍ବାର ସୁମରଣା କରିଛି I

ହେଲେ ଭିକାରୀ ବଳଙ୍କ ସେହି ସୁମଧୁର ଗୀତକୁ ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ କଣ୍ଠ ଦାନ କରି ପୁଣି ଥରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି I

  • କଣ୍ଠଦାନ : ସତ୍ୟବ୍ରତ ସାହୁ
  • ପ୍ରଯୋଜକ : ସିଦ୍ଧାର୍ଥ

TATKAL ODISHAକୁ ଓଡ଼ିଶା ପ୍ରଶାସନରେ ଅତିରିକ୍ତ ମୁଖ୍ୟ ଶାସନ ଥିବା ସତ୍ୟବ୍ରତ ବାବୁ କହିଛନ୍ତି ଯେ,

ମହାପ୍ରଭୁଙ୍କ ଗୀତ ଗାଇ ଜୀବନ ସାର୍ଥକ ହୋଇଛି I ବହୁତ ଶାନ୍ତି ମିଳୁଛି I ପିଲାଦିନେ ମୁଁ ଗୀତ ଗାଉଥିଲି I ମାଟ୍ରିକ ପରୀକ୍ଷାରେ ଟପ -10ରେ ନାମ ନ ରହିବାରୁ ବାବା ହାରମୋନିୟମ ଫିଙ୍ଗି ଦେଇଥିଲେ I ତାପରେ କଲେଜରେ ସାମାନ୍ୟ ଗୀତ ଗାଇଥିଲି I ଏବେ ପ୍ରାୟ 38 ବର୍ଷ ପରେ ଗୀତ ଗାଇଛି I ମହାପ୍ରଭୁଙ୍କ କୃପା ନ ଥିଲେ ଏହା ସମ୍ଭବ ହୋଇ ନ ଥାନ୍ତା I ପୂର୍ବରୁ ମୁଁ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଉପରେ ଗୀତ ଗାଇଥିଲି I ତାହା ଖୁବ ଆଦୃତ ହୋଇଛି I ଭାବୁଛି ଏଇ ଭଜନ ବି ଆଦୃତ ହେବ I “

  • ୟୁଟୁବ ଦେଖନ୍ତୁ ଓ ଶୁଣନ୍ତୁ ଏଇ ଜଗନ୍ନାଥ ହୋ… ଭଜନକୁ….
  • https://youtu.be/9qwEnSopVgw

Leave A Reply

Your email address will not be published.