ଛତିଶଗଡ଼ କୋର୍ଟଙ୍କ ରାୟ,ଅନୁପ ସାଏଙ୍କୁ ଆଜୀବନ

0

– ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ନୋ ନିର୍ଦୋଷରେ  ଖଲାସ 

ଝାରସୁଗୁଡା//TATKAL ODISHA//

 ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଛତିଶଗଡ଼ ରାୟଗଡ଼ ସେସନ୍ସ କୋର୍ଟ ଶନିବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହେଲେ ଏହି ମାମଲାରେ ଗିରଫ ହୋଇଥିବା ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ନୋ ନିର୍ଦୋଷରେ  ଖଲାସ ହୋଇଛନ୍ତି ।

  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାୟକ ଅନୁପ ସାଇଙ୍କ ବିରୋଧରେ ହତ୍ୟା ଅପରାଧ ମାମଲା ଦୁଇ ବର୍ଷ ଧରି ଚାଲିଥିଲା I ସେ ଏବେ ଛତିଶଗଡ ଜେଲରେ ଅଛନ୍ତି I ବିବାହ ପାଇଁ ଅଡ଼ି ବସିବାରୁ  କଳ୍ପନା ଦାସ ନାମ୍ନୀ ଜଣେ ମହିଳା ଓ ତାଙ୍କ ୪ ବର୍ଷର ଝିଅ ବବଲିକୁ ସେ ଗାଡ଼ି ଚଢ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା I

ଏଇ ସେହି କଳ୍ପନା ଓ ତାଙ୍କ ଝିଅ

 ମଇ ୨୦୧୬ ପ୍ରଥମ ସପ୍ତାହରେ ଛତିଶଗଡ଼ର ଚକ୍ରଧରନଗର ଥାନା ଅଞ୍ଚଳର ହମିରପୁର ଜଙ୍ଗଲର ନିକାଞ୍ଚନ ରାସ୍ତାରେ ଯିବା ବେଳେ କଳ୍ପନାଙ୍କୁ ହତ୍ୟା କରିବାକୁ ମନସ୍ଥ କରିଥିଲେ । ବୋଲେରୋ ଡ୍ରାଇଭର ବର୍ଦ୍ଧନ ଟପ୍ନୋକୁ ସାଙ୍ଗରେ ଧରି ଅନୁପ ହତ୍ୟା ଯୋଜନା କରିଥିଲେ  । ମାଆ-ଝିଅଙ୍କୁ ଗାଡ଼ିରୁ ଓହ୍ଲାଇ ରଡ୍ ରେ ନିସ୍ତୁକ ପିଟିଥିଲେ । ରକ୍ତାକ୍ତ ଅବସ୍ଥାରେ ଉଭୟ ଛଟପଟ ହେଉଥିବାବେଳେ ବୋଲେରୋ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ଦୁଇଟି ଯାକ ଶରୀର ଖିନଭିନ୍ ହୋଇଯିବା ପରେ ଅନୁପ ସେହିସ୍ଥାନ ଛାଡ଼ି  ଝାରସୁଗୁଡା ପଳାଇ ଆସିଲେ ।

   ଛତିଶଗଡ ପୋଲିସ ଅନୁସନ୍ଧାନ କରି ଅନୁପକୁ ଗିରଫ କରିଥିଲା I ଅନୁପଙ୍କ ବିରୋଧରେ ବିରୋଧରେ ୩୦୨(ହତ୍ୟା), ୧୨୦-ବି(ହତ୍ୟା ଷଡ଼ଯନ୍ତ୍ର) ଏବଂ ୨୦୧(ତଥ୍ୟ ଲୁଚାଇବା) ଦଫା ଲାଗିଥିଲା ।

ଦୁଇ ବର୍ଷ ଶୁଣାଣି ପରେ କୋର୍ଟରେ ତାହା ପ୍ରମାଣିତ ହୋଇଛି ।

    

Leave A Reply

Your email address will not be published.