ଚିତ୍ରାଞ୍ଜଳି-2025: ଆଓ ପକ୍ଷରୁ ଚିତ୍ରଶିଳ୍ପୀ ଶିବିର
ଭୁବନେଶ୍ୱର,//TATKAL ODISHA//
ସ୍ଥାନୀୟ ଜୟଦେବ ଭବନ ପରିସରରେ ଚିତ୍ରାଞ୍ଜଳୀ ୨୦୨୫ର ଶୁଭ ଉଦ୍ଘାଟନ ପୂର୍ବାହ୍ନ ୧୧.୩୦ ମି. ସମୟରେ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଆର୍ଟିଷ୍ଟ ଆସୋସିଏସନ ଅଫ ଓଡିଶା (ଆଓ) ତରଫରୁ ଏକ ଚିତ୍ରଶିଳ୍ପୀ ଶିବିରର ଆୟୋଜନ କରାଯାଉଅଛି । ଏହି ଶିବିରରେ ଓଡିଶାର ୧୫ ଜଣ ବରିଷ୍ଠରୁ ତରୁଣ ଶିଳ୍ପୀ ଯୋଗ ଦେଉଛନ୍ତି ।
ଓଡିଶାର କଳାକାରିତାର ପ୍ରବାହମାନ ଧାରାକୁ ଆହୁରି ଗତିଶିଳ କରିବା ନିମନ୍ତେ ‘ଆଓ’ ସଦେବ ପ୍ରଚେଷ୍ଟା କରି ଆସିଛି । ୧୯୯୦ରେ ପ୍ରତିଷ୍ଠିତ ଏହି ଅନନ୍ୟ ଅନୁଷ୍ଠାନ ଧାରାବାହିକ ଭାବେ କର୍ମଶାଳା, କଳା ଶିବିର, ପ୍ରଦର୍ଶିନୀ, କଳା ଆଲୋଚନା ଚକ୍ର, ସିନେମା କଳା ଉତ୍ସବ ମାନ ଆୟୋଜନ କରି ପ୍ରତିଭା ବନ୍ଦନା ପୂର୍ବକ ପୁରଷ୍କାର ପ୍ରଦାନ କରି ଉତ୍ସାହିତ କରିଆସୁଛି ।

ଓଡିଶାର କଳାପରମ୍ପରାରେ ପ୍ରବିଣ ଓ ତରୁଣ, ପାରମ୍ପାରିକ ଓ ସମସାମୟିକ କଳା ସଂରଚନାରେ ସମନ୍ଵୟ ରକ୍ଷାକରି ତାର ପ୍ରତିବଦ୍ଧତାକୁ ସୁଦୂର ପ୍ରସାରୀ କରିପାରିଛି । ଓଡିଶା ତଥା ଦେଶର ଅନେକ ଶିଳ୍ପୀଙ୍କ ନିମନ୍ତେ ଏହା ଏକ ପ୍ରକୃଷ୍ଣ କ୍ଷେତ୍ର ଭାବେ ନିଜକୁ ଆଦୃତ
କରାଇପାରିଛି ।
ଏହି ଶିଳ୍ପୀ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରୁଛନ୍ତି ଲଳିତ କଳା ଏକାଡେମୀର, ଆଞ୍ଚଳିକ କଳା କେନ୍ଦ୍ର ଭୁବନେଶ୍ବରର ସଚିବ ରାମକୃଷ୍ଣ ଭେଦାଲା ଓ ଭାରତି ଏଆରଟେଲ୍ର ମହାନିର୍ଦ୍ଦେଶକ କିର୍ତ୍ତିନାଥ ତ୍ରିପାଠୀ ଓ ‘ଆଓ’ ର ସଭାପତି ଜନପ୍ରିୟ ଦେବତା ।
ଏହି ସଭାରେ ଚିତ୍ରଶିଳ୍ପୀ ତଥା ଉପସଭାପତି ଶ୍ରୀ ଚିନ୍ତାମଣି ବିଶ୍ବାଳ, ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, ସଂଜୟ ପଟ୍ଟନାୟକ, ସଂଗୀତା ପଟ୍ଟନାୟକ, ମିନକେତନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ ଶିବିରାର୍ଥୀ ଜ୍ୟୋତିଷ ଦେବତା, ବାଶେନ ଟୁଡୁ, ନରେନ୍ଦ୍ର ମାଝି, ରାକେଶ ଦେ, ଶୁଭଶ୍ରୀ ସାହୁ, ପ୍ରିୟକଂ ସେଠି, ପ୍ରଶାନ୍ତ ମହାନ୍ତି, ଚିନ୍ମୟ ନାୟକ, ପ୍ରାଚି ମହାନ୍ତି, ଦିନେଷ ମୁଦୁଲି, ଅତସୀ ବସୁ, କଳିଙ୍ଗ କେଶରୀ, ବୈଶାଳି ପ୍ରଧାନ ଓ ରୂପକ ପଣ୍ଡା ଇତ୍ୟାଦି ଉପସ୍ଥିତ ଅଛନ୍ତି ।
ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସମରେନ୍ଦ୍ର ଦାଶ ସ୍ଵାଗତ ଭାଷଣ ପ୍ରଦାନ କରି ସମସ୍ତ ଉପସ୍ଥିତ ଅତିଥୁ, ଶିଳ୍ପୀବୃନ୍ଦ ତଥା ସ୍ଵାଗତ ଭାଷଣ ପ୍ରଦାନ କରି ସମସ୍ତ ଉପସ୍ଥିତ ଅତିଥୁ, ଶିଳ୍ପୀବୃନ୍ଦ ତଥା ଗଣମାଧ୍ୟମର ପ୍ରତିନିଧୁମାନଙ୍କୁ ଧନ୍ୟକାଦ ଅର୍ପଣ କରିଛନ୍ତି ।