ଚାରି ବାମପନ୍ଥୀ ଦଳର ବିକ୍ଷୋଭ : ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

0

ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ଭୁବନେଶ୍ୱରରେ ବିକ୍ଷୋଭ

  • ଭୁବନେଶ୍ୱର//TATKAL ODHISHA//

ମମିତା ହତ୍ୟାକାଣ୍ଡ ର ପ୍ରତିବାଦ ରେ ଓଡିଶାରଚାରୋଟି ବାମପନ୍ଥୀ ଦଳ ସିପିଆଇ,ସିପିଆଇ (ଏମ ),ସିପିଆଇ (ଏମ ଏଲ ) ଲିବେରେସନ ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକନେତୃତ୍ୱ ରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସଂଗଠିତ ହୋଇଥିଲା l

ମମିତା ମେହେର ହତ୍ୟାକାଣ୍ଡ ତଦନ୍ତରନିରପେକ୍ଷତା ପାଇଁ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ତୁରନ୍ତ ବହିଷ୍କାର କରିବା,ଓଡିଶା ଉଚ୍ଚ ନ୍ୟାୟାଳୟ ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଦ୍ୱାରା ମମିତା ହତ୍ୟାକାଣ୍ଡର ତଦନ୍ତ କରିବା,ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏସ ଆଇଟି ତଦନ୍ତପରିସରଭୁକ୍ତ କରିବା, ଅପରାଧୀ ମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦେବା, ମମିତାଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବାମପନ୍ଥୀ ଦଳ ମାନେ ଦୃଢ ଭାବେ ଦାବୀ କରିଛନ୍ତି l

ଏହି ଆନ୍ଦୋଳନରେ ସି ପି ଆଇ ତରଫରୁ ଆଶୀଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସୁର ଜେନା, କୈଳାଷ ପୁହାଣ,ସିପି ଆଇ (ଏମ ) ତରଫରୁ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ ଅଭିରାମ ବେହେରା, ଯତୀନ ମହାନ୍ତି,ରାମଚନ୍ଦ୍ର ତ୍ରିପାଠୀ,ସି ପି ଆଇ (ଏମ ଏଲ ) ଲିବେରେସନ ତରଫରୁ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ପୂର୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ନେତୃତ୍ୱ ସମେତ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ,ସରୋଜ ନାୟକ,ପ୍ରମୋଦିନୀ ସାହୁ,ବିମଳୀ ନାୟକ, ଜୟପ୍ରକାଶଭଞ୍ଜଦେଓ,
ବସନ୍ତ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇ ନେତୃତ୍ୱ ନେଇଥିଲେ l

ମମିତା ହତ୍ୟାକାଣ୍ଡ ଘଟଣା ରେ ବାମପନ୍ଥୀ ଦଳ ମାନେ ଉପସ୍ଥାପିତ କରିଥିବା ସମସ୍ତ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରା ଯାଇଛି l

                   

Leave A Reply

Your email address will not be published.