ଚର୍ଚ୍ଚାରେ ନବୀନଙ୍କ ଝିଆରୀ ‘ଗାୟତ୍ରୀ’

0
  • ନିକଟରେ ଆସିଥିଲେ ଓଡ଼ିଶା
  • ଆମେରିକାରୁ ନୂଆଦିଲ୍ଲୀ ଦେଇ ଆସିଲେ
  • ନବୀନ ନିବାସରେ ନ ରହି ଷ୍ଟାର ହୋଟେଲରେ ଥିଲେ

ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//

ଗାୟତ୍ରୀ ପଟ୍ଟନାୟକ I ନାଁଟି ଶୁଣା ଶୁଣା ଲାଗୁଥିଲେ ହେଁ ଅଧିକାଂଶ ତାଙ୍କ ବିଷୟରେ ପ୍ରାୟ ଜାଣି ନ ଥିବେ I

ସେ ହେଉଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝିଆରୀ I ବିଜୁ ପଟ୍ଟନାୟକଙ୍କ  ଏକମାତ୍ର ନାତୁଣୀ I ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ଝିଅ I ଆମେରିକରେ ଅବସ୍ଥାନ କରନ୍ତି I ସେଠାରେ ଜଣେ ଆମେରିକାନ ଯୁବକଙ୍କୁ ବିବାହ କରିଛନ୍ତି I ତାଙ୍କର ଗୋଟିଏ ମାତ୍ର ପୁଅ I 

ଗାୟତ୍ରୀ ପଟ୍ଟନାୟକ… ନବୀନଙ୍କ ଝିଆରୀ

ଆମେରିକାର ଚର୍ଚ୍ଚିତ ବେକନ୍ ପ୍ରେସର ପ୍ରକାଶିକା ତଥା ଖ୍ୟାତିସମ୍ପନ୍ନ ଲେଖିକା ଗାୟତ୍ରୀ ପଟ୍ଟନାୟକ ଏବେ ଚର୍ଚ୍ଚାରେ I ଓଡ଼ିଶା ଗଣମାଧ୍ୟମରେ ତାଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉନି, ଜାତୀୟ ଗଣମାଧ୍ୟମରେ ବହୁ ଅଧିକ ହେଉଛି I

ଚର୍ଚ୍ଚାର ମୂଳ କାରଣ ହେଉଛି ଗାୟତ୍ରୀ ଏଇ ନିକଟରେ  ନିଜ ପୁଅ ମାଥ୍ୟୁଙ୍କ ସହିତ ଓଡ଼ିଶା ଗସ୍ତ କରିଥିଲେ।

ହେଲେ ସେ କାହିଁକି ଆସିଲେ? କଣ ତାଙ୍କର କାମ? ନବୀନଙ୍କ ନିମନ୍ତ୍ରଣ ଥିଲା କି??

TATKAL ODISHA ପକ୍ଷରୁ ଏନେଇ ଅନୁସନ୍ଧାନ କରାଯାଇଥିଲା I ‘ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ’  ଭଳି ଗାୟତ୍ରୀଙ୍କ ବିଷୟରେ ରୋଚକପୂର୍ଣ୍ଣ କଥା ଶୁଣିବାକୁ ମିଳିଛି I

ଗାୟତ୍ରୀ କୁଆଡ଼େ ନବୀନ ବାବୁଙ୍କ ପରେ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ହେଲେ ଓଡ଼ିଶା ଗସ୍ତ ସମୟରେ ଗାୟତ୍ରୀ ଦାଦା ନବୀନ ପଟ୍ଟନାୟକଙ୍କ ସହ ‘ନବୀନ ନିବାସ’ରେ ନ ରହି ଭୁବନେଶ୍ୱରସ୍ଥ ପଞ୍ଚ ତାରକା ହୋଟେଲରେ ରହିଲେ କାହିଁକି?

କୁହାଯାଉଛି ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରେମଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁ ନାହାନ୍ତି I ସେଇ ଗୋଷ୍ଠୀ ଗାୟତ୍ରୀଙ୍କୁ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି I ଗାୟତ୍ରୀ ଭୁବନେଶ୍ୱର ଗସ୍ତ ସମୟରେ ତାଙ୍କୁ ବିଜେଡିର ଏହି ଗୋଷ୍ଠୀର କିଛି ସଦସ୍ୟ ଭେଟି ଆଲୋଚନା କରିଥିବା ଚର୍ଚ୍ଚା ହେଉଛି I ଏଥିରେ କିଛି ଅବସରପ୍ରାପ୍ତ ଆଇଏଏସ ଓ ବର୍ତ୍ତମାନର କିଛି ବରିଷ୍ଠ ଆଇଏଏସ ବି ସାମିଲ ଥିବା କୁହାଯାଉଛି I

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜେ ନବୀନ ତାଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ? ତାହା ସ୍ପଷ୍ଟ କରି ନାହାନ୍ତି I

ହେଲେ ତାଙ୍କ ବଡ଼ ଭଉଣୀ ଗୀତା ପଟ୍ଟନାୟକ ମେହେଟା ଗାୟତ୍ରୀଙ୍କୁ ଖୁବ ଭଲ ପାଉ ଥିବାରୁ ଏବଂ ସେ ଓଡ଼ିଶା ଗସ୍ତ କରିଥିବାରୁ ଭିନ୍ନ ବାର୍ତ୍ତା ପ୍ରଚାର ହେଉଛି I  

ଯଦି ଏହି କଥା ସତ ତାହାଲେ ଗୁରୁତ୍ୱପୂର୍ଣ୍ଣ I ଆଗାମୀ ଦିନରେ କିଛି ବି ହୋଇପାରେ I ହେଲେ କଣ ହେବ ଦେଖିବାର ବାକି ରହିଲା I

ତେବେ 2024 ନିର୍ବାଚନ ପୂର୍ବରୁ ଅର୍ଥାତ ଗୋଟିଏ ବର୍ଷ ଭିତରେ ଯାହାକିଛି ଚୂଡାନ୍ତ ନିଷ୍ପତ୍ତି ନିଆଯିବ I ଏହାହିଁ ସର୍ବ ଶେଷ୍ଠ ଖବର I 

Leave A Reply

Your email address will not be published.