ଗୃହରେ ଉଠିଲା ମମିତା, ପରୀ, ନବ ହତ୍ୟା ପ୍ରସଙ୍ଗ
ଭୁବନେଶ୍ୱର//TATKAL ODISHA//
ଗୃହରେ ଉଠିଲା ମମିତା, ପରୀ, ମାହାଙ୍ଗା ଓ ନବ ଦାସ ହତ୍ୟା ପ୍ରସଙ୍ଗ I ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ବିଜେପି ସଭ୍ୟ ବାବୁ ସିଂ I
ବାବୁ ସିଂ କହିଛନ୍ତି ଯେ, ମମିତା,ପରୀ, ମାହାଙ୍ଗା ଓ ନବ ଦାସ ହତ୍ୟା ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଛଡ଼ା ଯିବ ନାହିଁ I ଆମର ଡବଲ ଇଂଜିନ ସରକାର, ଡବଲ ଶାସ୍ତି ଦେବ I କାରଣ ଅଧର୍ମରେ ଥିବା ବ୍ୟକ୍ତି ଖସି ଯାଇ ପାରିବେ ନାହିଁ I ‘
ମମିତା ମେହେର ହତ୍ୟା ନେଇ ବାବୁ ସିଂ ପ୍ରଶ୍ନ ଛଳରେ କହିଛନ୍ତି ଯେ, ମୁଁ ବୁଝି ପାରୁନି ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କେମିତି ଜେଲ ଭିତରେ ମୃତ୍ୟୁ ବରଣ କଲେ? ପୋଲିସ କେମିତି ଜାଣି ପାଇଲା ନାହିଁ? ସବୁ କଏଦୀ ଏମିତି ମରନ୍ତି ନା ଗୋବିନ୍ଦ ସାହୁଙ୍କୁ ମାରି ଦିଆ ଗଲା?? ଏସବୁର ଆମ ସରକାର ଖୋଳତାଡ କରିବ I ତେଣୁ ଦୋଷୀ ଖସିବା ଅସମ୍ଭବ ବୋଲି ସେ କହିଛନ୍ତି I