ଗୁରୁବାରରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ : କଣ ନୂଆ ନିୟମ ଜାଣନ୍ତୁ
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ): ଗୁରୁବାର 21 ତାରିଖ ଠାରୁ ପୂର୍ବ ଭଳି ସମସ୍ତ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକତା ନାହିଁ । ହେଲେ ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସ୍ଓପିକୁ ମାନିବାକୁ ପଡ଼ିବ।
30, 000 ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ…
ରବିବାର ପୁରାପୁରି ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ସାନିଟାଇଜ୍ କରାଯିବ I ସେଥିପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଅବଗତ କରାଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ମଧ୍ୟରେ ବିଚାର ବିମର୍ଶ ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଟକଣା କୋହଳ କରାଯାଇଛି ।
କଣ ନିୟମ ରହିଛି ଦେଖନ୍ତୁ…
³ ସକାଳ ୭ଟା ରୁ ସର୍ବସାଧାରଣ ଦର୍ଶନ
³ ବିନା କୋଭିଡ୍ ପ୍ରମାଣପତ୍ରରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ
³ ଥର୍ମାଲ ସ୍କ୍ରିନିଂରେ ଦେହର ତାପମାତ୍ରା ୧୦୦ଡିଗ୍ରୀ ଥିଲେ ପ୍ରବେଶ ମନା ³ ଅସୁସ୍ଥ ଥିଲେ ବି ଶ୍ରୀମନ୍ଦିର ପ୍ରବେଶକୁ ବାରଣ କରାଯିବ ।
³ ସକାଳ ୬ଟାରୁ ୭ଟା ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା
³ ପୁରୀବାସୀ ନିଜ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରିବେ
³ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନର ବ୍ୟବସ୍ଥା
³ ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ଦର୍ଶନ କରିବେ
³ ଆବଶ୍ୟକ ପଡିଲେ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା