ଗରୀବଙ୍କ ଜମିକୁ ହାତେଇଲେ କୋଟିପତି ନେତା, ବିବାଦରେ କୋକସରା ତହସିଲ?

0

  • କଳାହାଣ୍ଡି//TATKAL ODISHA//
  • ଅନୁସନ୍ଧାନ ମୂଳକ ରିପୋର୍ଟ

ଗରିବ, ନୀରିହ, ନିଃସହାୟ ବାସଗୃହ ହୀନ ପରିବାରକୁ ରାଜ୍ୟ ସରକାର ବସୁନ୍ଧରା ଯୋଜନା ଭଳି ଅନେକ ଯୋଜନାରେ ୪ ଡିସମିଲ ଘରଡିହ ଜମି ଯୋଗାଇ ଦେଉଥିବାବେଳେ କିଛି କୋଟିପତି ରାଜନେତା ଚଞ୍ଚକତା କରି ସେହି ଜମିକୁ ନିଜ ଅକ୍ତିଆରରେ କରାଇନେଉଥିବା ଏକ ସଙ୍ଗୀନ ଅଭିଯୋଗ ହୋଇଛି I କଳାହାଣ୍ଡି ଜିଲ୍ଲା କୋକସରା ତହସିଲରେ ଏହି କେଳେଙ୍କାରୀ ଘଟିଛି ।  

  • ରିପୋର୍ଟ // ଦୁଷ୍ମନ୍ତ କୁମାର ପଣ୍ଡା//

  ସରକାର  ବିଭିନ୍ନ ସମୟରେ ବାସଗୃହ ହୀନ ପରିବାରର ଗଣନା କରାଇ ସେମାନଙ୍କୁ ଘରଡିହ ଯୋଗାଇ ଦେବାର ବ୍ୟବସ୍ଥା କରିଥାନ୍ତି । ରାଜସ୍ୱ ଓ ଅବକାରୀ ବିଭାଗ ପତ୍ର ସଂଖ୍ୟା ଆରଇ-୮୦/୮୭- ୪୮୪୨୫/ଆର ତା.୧୯.୦୮.୧୯୮୭ ଏବଂ  ପତ୍ର ସଂଖ୍ୟା ୭୩୭୭୪/ଆର ତା.୨୭.୧୨.୧୯୮୯ ଅନୁସାରେ ସରକାର ଘରଡିହ ହୀନଙ୍କୁ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ନାମରେ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଥିଲେ । ତଦନୁସାରେ ଗତ ୧୯୯୮ରେ କୋକସରା ତହସିଲ ଅନ୍ତର୍ଗତ ଲଡୁଗାଁରେ ଘରଡିହ ହୀନ ବାସୁଦେବ ରଣା ପିତା ଧନୁର୍ଜୟ ରଣା ଓ ଖମେଦେଇ ସ୍ୱାମୀ ବାସୁଦେବ ରଣାଙ୍କ ନାମରେ ପ୍ଲଟ ନଂ.୧୩୪୮ ରେ ୪ ଡିସମିଲ ଘରଡିହ ଖାତା ନଂ.୧୭୮/୪୩୮ ଅନୁସାରେ ଯୋଗାଇ ଦିଆଯାଇଥିଲା ।

ମ୍ୟୁଟେସନ କେଶ ନଂ. ୫୮୦/୨୦୧୮ ଅନୁସାରେ ଏହି ୪ଡିସମିଲ ଘରଡିହ ଲଡୁଗାଁ ସ୍ଥିତ କୋଟୀପତି ବ୍ୟବସାୟୀ ନିଜ ନାମରେ ଦାଖଲ ଖାରଜ କରାଯାଇ ଖାତା ନଂ.୧୭୮/୫୬୮ ରେ ରେକର୍ଡ କରାଯାଇଥିବା ଜଣାପଡିଛି । ସେହିପରି ଲଡୁଗାଁରେ ଘରଡିହ ହୀନ ଅରକ୍ଷିତ ଖମାରୀ ପିତା ମାଧବ ଖମାରୀ ଓ କୁମୁଦିନି ଖମାରୀ ସ୍ୱାମୀ ଅରକ୍ଷିତ ଖମାରୀଙ୍କ ନାମରେ ପ୍ଲଟ ନଂ.୧୩୪୮/୨୫୯୬ ରେ ୪ ଡିସମିଲ ଘରଡିହ ଖାତା ନଂ.୧୭୮/୪୩୭ ଅନୁସାରେ ଯୋଗାଇ ଦିଆଯାଇଥିଲା ।

ମ୍ୟୁଟେସନ କେଶ ନଂ. ୨୯/୨୦୨୧ ଅନୁସାରେ ଏହି ୪ଡିସମିଲ ଘରଡିହ ଲଡୁଗାଁ ସ୍ଥିତ ସମ୍ପୃକ୍ତ କୋଟୀପତି ବ୍ୟବସାୟୀ ନାମରେ ଦାଖଲ ଖାରଜ କରାଯାଇ ଖାତା ନଂ.୧୭୮/୯୭୭ ରେ ରେକର୍ଡ କରାଯାଇଥିବା ଜଣାପଡିଛି ।

ସଂପ୍ରତି କୋକସରା ବ୍ଲକର ଅଧ୍ୟକ୍ଷା ଭାବେ ନିଜ ସ୍ତ୍ରୀଙ୍କୁ ନିର୍ବାଚିତ କରାଇଥିବାବେଳେ ଜନୈକ ଆଗଚଲା ନେତାଜଣକ ନିଜେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ସ୍ୱାଧିନ ପ୍ରାର୍ଥୀ ଭାବେ କୋକସରା ବ୍ଲକକୁ ଅକ୍ତିଆର କରିଥିବାବେଳେ ଶାସନ କ୍ଷମତାରେ ଥିବା ବଡ ବଡ ନେତା ତାଙ୍କ ଯୋଗାଯୋଗରେ ରହିଥିବା ପ୍ରକାଶ କରୁଥିବା ଏବଂ  ନିଜର ଅର୍ଥିକ ସମ୍ବଳ ଆଧାରରେ ସରକାରୀ ନିତି ନିୟମକୁ ବେଖାତିର କରୁଥିବା ଏଭଳି ନେତାଙ୍କୁ କେଉଁ ଦଳ ସାମିଲ କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।        

ଖାତା ନଂ.୧୭୮/୪୩୯ ରେ ଲଲିତା ଦେଇ ସ୍ୱାମୀ- କରୁଣା ଗଉଡଙ୍କ ନାମରେ ଥିବା ୪ ଡିସମିଲ ଘରଡିହ ମ୍ୟୁଟେସନ କେଶ ନଂ. ୧୨୭୩/୨୦୨୧ ଅନୁସାରେ ଦାଖଲ ଖାରଜ କରାଯାଇ ଖାତା ନଂ.୧୭୮/୧୧୬୪ ରେ ରେକର୍ଡ କରାଯାଇଛି ।

ସେହିପରି ଏସସିଏସଟି ମାଲିକଙ୍କ ଜମିକୁ ନିଜ ଅକ୍ତିଆରକୁ ଆଣିବାକୁ ଯାଇ ନିଜ ସମର୍ଥକ ମାନଙ୍କ ନାମରେ ପ୍ରଥମେ ଦାଖଲ ଖାରଜ କରାଇ ପରେ ଉପଜିଲ୍ଲାପାଳଙ୍କ ପାଖରୁ ଅନୁମତି ଅଣାଯାଇ ନିଜ ନାମରେ ରେକର୍ଡ କରାଯାଉଥିବା ଜଣାପଡିଛି । ଖାତା ନଂ.୧୭୫ ରେ ଥିବା ଜମିକୁ ପ୍ରଥମେ ଖାତା ନଂ. ୧୭୮/୧୦୧୬ ରେ ଦାଖଲ ଖାରଜ କରାଇ ପରେ ୧୭୮/୧୦୪୫ ଖାତାକୁ ନିଜ ନାମରେ କରାଇ ନେଇଥିବା ପ୍ରକାଶ ।  ସେହିପରି ୧୭୮/୫୬ ଖାତାର ଜମି ପ୍ରଥମେ ୧୭୮/୯୭୧ ଓ ପରେ ୧୭୮/୧୦୦୭ ଖାତାକୁ ଯାଇଥିବା ଜଣାପଡିଛି ।     

ସରକାରୀ ନୀତି ନିୟମ ଆଖିରେ ଧୂଳି ଦେଇ କୋକସରା ତହସିଲ ଅଫିସର ଅସାଧୁ କର୍ମଚାରୀ, ରାଜସ୍ୱ ବିଭାଗ ପଦାଧରକାରୀଙ୍କୁ ହାତ କରି କୋଟୀପତି ବ୍ୟବସାୟୀମାନେ ନୀରିହ ଗରିବ ଲୋକ ମାନଙ୍କୁ ପୁନଃ ଘରହୀନ କରାଇବାର ହୀନ ଚକ୍ରାନ୍ତ ଚଳାଇ ଆସୁଥିବା ଅଭିଯୋଗ ହେଉଛି । ଉତରାଧିକାରୀ ସାର୍ଟିଫିକେଟ, ୧୯ ସି ଦାଖଲ ଖାରଜ ଆଦି ବ୍ୟବସ୍ତାରେ ବ୍ୟାପକ ହେରାଫେରୀ ଓ ପ୍ରୀୟାପ୍ରୀତି ତୋଷଣ କାରବାର ହୋଇଥିବା ଅଭିଯୋଗ ହେଉଛି ।   

  କୋକସରା ତହସିଲରେ ଏଭଲି ଅନେକ ବେନିୟମ କାରବାର ହେଉଥିବାର ଅଭିଯୋଗ ହେଉଥିବା ଅଭିଯୋଗ ହେଉଛି I ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

(କ୍ରମଶଃ)

Leave A Reply

Your email address will not be published.