ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାବୁଡ଼ରେ ମାଫିଆ

0

  • କଳାହାଣ୍ଡି ଜୁନାଗଡ଼ ପୋଲିସ୍ ର ସଫଳତା, ୮ କୁଇଣ୍ଟାଲ ଗଞ୍ଜେଇ ଜବତ,୨ ଗିରଫ
  • କଳାହାଣ୍ଡି,//TATKAL ODISHA//
  • ରିପୋର୍ଟ //ଦୁଷ୍ମନ୍ତ କୁମାର ପଣ୍ଡା//

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସ ହାବୁଡ଼ରେ ଆଜି ଗଞ୍ଜେଇମାଫିଆ ମାନେ ଧରାପଡିଛନ୍ତି I

ଗୁରୁବାର ପାହାନ୍ତିଆରେ ଜୁନାଗଡ଼ ପୁଲିସ କୌଣସି ଖବର ପାଇ ଏକ ଯାତ୍ରୀ ବିହୀନ ବସ କୁ ଅଟକାଇ ଥିଲେ । ବସକୁ ଥାନାକୁ ଆଣି ଯାଞ୍ଚ କରାଯିବା ସମୟରେ ଏହି ବସରେ ଥିବା ଚୋରି ଡିକି ରେ ବିପୁଳ ପରିମାଣରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା । ବସଟି ଗାଡି ନଂ ୟୁପି ୭୦ ଏଫଟି ୩୯୬୯ ଗାଡି ମାଲକାନଗିରିରୁ ଉତ୍ତର ପ୍ରଦେଶ ଯାଉଥିବା ସନ୍ଧେହ ହେଉଛି । ଅନ୍ୟ ପକ୍ଷରେ ବସ ଡ୍ରାଇଭର ଅର୍ଜୁନ ବଗର୍ତି ଓ ହେଲପର ନକୁଳ ପ୍ରଧାନ ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଧର୍ମଗଡ଼ ଏସଡିପିଓ ଧୀରୋଜ କୁମାର ଚୋପଦାର, ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ତଦନ୍ତ ଆରମ୍ଭ କରିଥିଲେ ।

ବସରୁ ଏକ କଟର ସାହାଯ୍ୟରେ କାଟି ଗଞ୍ଜେଇ ବାହାର କରାଯାଇଥିଲା । ଚୋରା ଚାଲାଣ ହେଉଥିବା ଗଞ୍ଜେଇ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ବୋଲି ପୁଲିସ କହିଛି । ଅନ୍ୟ ପକ୍ଷରେ ଆଜି ପୁଲିସ ୨ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.