ଗଜପତି ମହାରାଜାଙ୍କୁ କରୋନା

0
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆରୋଗ୍ୟ କାମନା
  • ପୁରୀ,ଭୁବନେଶ୍ୱର //TATKAL ODISHA//

ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ କରୋନାରେ ଆକ୍ରାନ୍ତ ହୋଇଛନ୍ତି I ତାଙ୍କର ଆର୍ଟି ପିସିଆର ପରୀକ୍ଷା ପରେ ସଂକ୍ରମିତ କଥା ଜଣାପଡ଼ିଥିଲା I

ତେବେ ସେ ଓମକ୍ରନ ନା ଡେଲଟା ଭେରୀଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ I

ଶୁକ୍ରବାର ବିଳମ୍ବିତ ରାତିରେ ଏନେଇ ସେ ଟ୍ୱିଟ କରି ନିଜେ ଜଣାଇଛନ୍ତି I

ନିକଟରେ ତାଙ୍କ ସାନ ଝିଅ ବିଭାଘର ହୋଇ ଥିଲା I ହୁଏତ ସେଇଠି ସେ କାହା ସଂସ୍ପର୍ଶରେ କୋଭିଡରେ ସଂକ୍ରମିତ ହୋଇଛନ୍ତି I

ମହାରାଜାଙ୍କ କରୋନା ସଂକ୍ରମଣ କଥା ଜାଣିଲା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି I

Leave A Reply

Your email address will not be published.