ଖରିଫ୍ ଧାନ ସଂଗ୍ରହ :ଆଉ 7 ଦିନ ବଢିଲା ପଞ୍ଜୀକରଣ

0
  • ସମୟସୀମା ଅଗଷ୍ଟ ୨୩କୁ ବୃଦ୍ଧି

ଭୁବନେଶ୍ୱର//TATKAL ODISHA//

ରାଜ୍ୟରେ ଚଳିତ ଖରିଫ୍ ଧାନସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଅଗଷ୍ଟ ୨୩ ଯାଏ ବୃଦ୍ଧି କରାଯାଇଛି । ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । 
ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏ ସଂପୃକ୍ତ ପ୍ୟାକସ୍‌,ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ବର୍ଦ୍ଧିତ ସମୟସୀମା ସଂପର୍କରେ ଚାଷୀଙ୍କୁ ଅବଗତ କରାଇବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ସମବାୟ ସମିତି ସମୂହର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି । ଯେଉଁ ଚାଷୀମାନେ ଏ ପର୍ଯ୍ୟନ୍ତ ସୋସାଇଟିରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି, ସେମାନେ ଏହା ଦ୍ୱାରା ଉପକୃତ ହେବେ । 
 ଚାଷୀମାନେ ନାମ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍ ସହିତ ନିକଟସ୍ଥ ସୋସାଇଟିକୁ ଯାଇ ନିଜ ନାମ ପଞ୍ଜୀକରଣ କରାଇନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । ଚାଷୀମାନେ ସୋସାଇଟିରେ ସେମାନଙ୍କର ନାମ ପକରଣ କରିବା ପାଇଁ ଯିବାବେଳେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ କୋଭିଡ୍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଗତକାଲି ସୁଦ୍ଧା ୧୦ ଲକ୍ଷ ୧୪ ହଜାର ୭୩୫ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିସାରିଛନ୍ତି । ରାଜ୍ୟର ୨,୮୮୧ଟି ସୋସାଇଟି ମାଧ୍ୟମରେ ଏହି ଚାଷୀ ନାମ ପଞ୍ଜୀକରଣ କରାଯାଉଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ନାମ ପଞ୍ଜୀକରଣ କରାଯାଇଛି I

Leave A Reply

Your email address will not be published.