ଖରାଦିନେ ଗାଡ଼ି ଟାଙ୍କିକୁ ତେଲରେ ପୂର୍ଣ୍ଣ କରନ୍ତୁ ନାହିଁ

0

  • ଇଣ୍ଡିଆନ ଅଏଲ ଜାରି କଲା ମାର୍ଗଦର୍ଶିକା

ଭୁବନେଶ୍ୱର//TATKAL ODISHA//

ଖରାଦିନେ ଆପଣ ନିଜ ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲରେ ଟାଙ୍କି ଭରି ଦେଉଛନ୍ତି କି?

ତାହା କରନ୍ତୁ ନାହିଁ I ବିପଦ ମାଡ଼ି ଆସିବ I ଗ୍ରୀଷ୍ମ ପ୍ରବାହରେ ଟାଙ୍କି ଫାଟିଯିବାର ସମ୍ଭାବନା ରହିଛି I

ଏଇ ନିକଟରେ 5ଟି ଗାଡିର ଟାଙ୍କି ବିସ୍ପୋରଣ ହୋଇ ବିରାଟ ଅଘଟଣ ଘଟିଛି I

ତେଣୁ ଇଣ୍ଡିଆନ ଅଏଲ ଜାରି କରିଛି ମାର୍ଗଦର୍ଶିକା I

ନୂଆ ମାର୍ଗଦର୍ଶିକା
  • କ’ଣ କରିବେ?
  • ଗାଡ଼ି ଟାଙ୍କିରେ ଅଧା ତେଲ ଭରିବେ I
  • ତେଲ ଭରିବା ପରେ କେଇ ମିନିଟ ଢାଙ୍କୁଣୀ ଖୋଲା ରଖିବେ I
  • ଟାଙ୍କିରେ ଗ୍ୟାସ ସୃଷ୍ଟି ହେବାକୁ ଦେବେ ନାହିଁ I
  • ପୁରା ଖରାରେ ଗାଡ଼ି ରଖିବେ ନାହିଁ I
  • ଗ୍ରୀଷ୍ମ ଦିନେ ଗାଡିକୁ ଧୋଇ ଦେଲେ ଭଲ
  • ଦିନରେ ଥରେ/ଦୁଇ ଥର ଟାଙ୍କି ଖୋଲି ଗ୍ୟାସ ବାହାର କରିବେ I

ଏସବୁ ପ୍ରତି ସତର୍କ ନ ହେଲେ ବିପଦ ନିଶ୍ଚିତ ବୋଲି ଇଣ୍ଡିଆନ ଅଏଲ ସତର୍କ କରିଦେଇଛି I

Leave A Reply

Your email address will not be published.