କୌଣସି ସଚିବ କୌଣସି ବିଭାଗରେ ଅତି ବେଶିରେ ୫ ବର୍ଷରୁ ଅଧିକ ରହିବା ଉଚିତ ନୁହେଁ: ଯୁଗଳ କିଶୋର ମହାପାତ୍ର

0
  • ଭୁବନେଶ୍ୱର//TATKAL ODISHA//

ମୋ ବିଚାରରେ କୌଣସି ସଚିବ କୌଣସି ବିଭାଗରେ ଅତି ବେଶିରେ ୫ ବର୍ଷରୁ ଅଧିକ ରହିବା ଉଚିତ ନୁହେଁ’I

‘ଓଡ଼ିଶା ସମ୍ବାଦ’ ନ୍ୟୁଜ ପୋର୍ଟାଲକୁ ଏହା କହିଛନ୍ତି ପୂର୍ବତନ ମୁଖ୍ୟ ସଚିବ ଓ କେନ୍ଦ୍ର ସଚିବ ଯୁଗଳ କିଶୋର ମହାପାତ୍ର I ସେ କହିଛନ୍ତି ଯେ, ବ୍ୟୁରୋକ୍ରାଟମାନେ ଚାକିରୀ ସମୟରେ ରାଜନୀତି ସହ ସମ୍ପୃକ୍ତ ହୋଇ ପାରିବେ ନାହିଁ I ଏନେଇ ଆଚାର ସଂହିତା ରହିଛି I ଯଦି କେହି ଏଥିରେ ଉଲ୍ଲଙ୍ଘନ କରୁଛି ତାହା ଠିକ ନୁହେଁ I

ସାମ୍ବାଦିକ ସନ୍ଦୀପ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ‘ଓଡ଼ିଶାରେ ଆହୁରି ଅନେକ କିଛି କରିବାରେ ଅଛି I ସର୍ବ ଭାରତୀୟ ସ୍ତରରେ ଦେଖିଲେ ଓଡ଼ିଶାରେ ସେମିତି କିଛି ଆଖିଦୃଶିଆ ଉନ୍ନତି ହୋଇନାହିଁ I ‘

ଯୁଗଳଙ୍କ ପୂର୍ବରୁ ପୂର୍ଵତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ବି ସମାନ କଥା କହିଥିଲେ।

  • ଦେଖନ୍ତୁ ଯୁଗଳ ମହାପାତ୍ରଙ୍କ ବିସ୍ତୃତ ସାକ୍ଷାତକାର…

Leave A Reply

Your email address will not be published.