କୋହଲା ପାଗ, ହାଲକା ବର୍ଷା, ଘନ କୁହୁଡି଼

0
  • ଘନ କୁହୁଡି଼ ପାଇଁ ୟେଲୋ ୱାର୍ନିଙ୍ଗ
  • ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡା, କୋରାପୁଟ //TATKAL ODISHA//


ବର୍ଷର ଶେଷ ସପ୍ତାହରେ ବିଗିଡ଼ିଛି ପାଗ I କୋହଲା ପାଗ ସାଙ୍ଗକୁ  ହାଲକା ବର୍ଷା ଓ ଘନ କୁହୁଡି଼ର ଆସ୍ତରଣ ଜୀବନ ଯାତ୍ରାକୁ ବ୍ୟାହତ କରିଛି I


ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବ ଯୋଗୁଁ  ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଫଳରେ ରାଜ୍ୟରେ ଏବେ ଶୀତ ବିଶେଷ ଅନୁଭୂତ ହେବ ନାହିଁ


ଘନ କୁହୁଡି଼ ଯୋଗୁଁ 11 ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ

  ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବୃଦ୍ଧି ଘଟିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରହିଛି।
ସେହିଭଳି ଉପକୂଳବର୍ତୀ ଅଞ୍ଚଳ‌ରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ଅଧିକ ରହିଛି।  ରାଜ୍ୟର ଆଉ କିଛି ଅଞ୍ଚଳରେ ଘନ କୁହୁଡ଼ି ଓ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି।


‌ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝରରେ ହାଲୁକା ବର୍ଷା ହେବ ବୋଲି ଅନୁମାନ କରାଯାଉଛି।


 ୨୮ ଓ ୨୯ରେ ରାଜ୍ୟରେ ହାଲକା ବର୍ଷାର ସମ୍ଭାବନା ରହିଛି। ଘନ କୁହୁଡ଼ିର ସମ୍ଭାବନାକୁ‌ ନେଇ ୟେଲୋୱାର୍ଣ୍ଣିଂ ବି ଜାରି କରାଯାଇଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ।


 ଫଳରେ ରାଜ୍ୟରେ ଶୀତ ପ୍ରକୋପ ବିଶେଷ ରହିବ ନାହିଁ ବୋଲି କେନ୍ଦ୍ର କହିଛି। 

Leave A Reply

Your email address will not be published.