କେନ୍ଦ୍ର ବଜେଟ: ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ କୌଣସି କର ପଡିବନାହିଁ

0
  • ପ୍ରଧାନମନ୍ତ୍ରୀ କହିଲେ, ଲୋକଙ୍କ ବଜେଟ
  • ମୁଖ୍ୟମନ୍ତ୍ରୀ କହିଲେ, ଐତିହାସିକ ବଜେଟ
  • ଧର୍ମେନ୍ଦ୍ର କହିଲେ, ସନ୍ତୁଳିତ, ଭବିଷ୍ୟତବାଦୀ
  • ନୂଆଦିଲ୍ଲୀ, ଭୁବନେଶ୍ୱର// TATKAL ODISHA//

ଆୟକର ସୀମାକୁ ଅର୍ଥମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏଣିକି ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ କୌଣସି କର ପଡିବନାହିଁ। ପୂର୍ବରୁ ଏହି ସୀମା 7 ଲକ୍ଷ ରହିଥିଲା।

ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ 2025 ଉପସ୍ଥାପିତ କରିଛନ୍ତି। ଏହି ବଜେଟରୁ ଲୋକମାନେ ଯାହା ବଡ ଆଶା କରିଥିଲେ ତାହା ବର୍ତ୍ତମାନ ପୂରଣ ହୋଇଛି। ସାଧାରଣତଃ ବଜେଟରୁ ଲୋକମାନେ ଆୟକର ସ୍ଥିତି କଣ ରହିବ ତାହା ଜାଣିବା ପାଇଁ ଅପେକ୍ଷା କରିଥାନ୍ତି। ଯ

ଘୋଷଣା ଅନୁସାରେ ଏହା ମୋଦି ସରକାରଙ୍ ଏତେ ବଡ ପରିମାଣର ଆୟକର ଛାଡ ହେବ ତାହା କାହାର ଧାରଣା ନ ଥିଲା।

ବଜେଟର ସାରାଂଶ

ଚଳିତ ବଜେଟର ଆକାର ମୋଟ ପଚାଶ ଲକ୍ଷ ପଞ୍ଚଶଠି ହଜର କୋଟି ଟଙ୍କା I

  • ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟବରାଦ

• ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

• ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ମଧ୍ୟବିତ୍ତଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର

• ଚଳିତ ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ

• ୫୦୦ କୋଟି ଟଙ୍କା ବ୍ୟୟରେ ଶିକ୍ଷାକ୍ଷେତ୍ରରେ ଏଆଇ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ

• ଆସନ୍ତା ୫ ବର୍ଷରେ ସରକାରୀ ସ୍କୁଲଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା 

• ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ଆରମ୍ଭ ହେବ

• ୮ କୋଟିରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ପ୍ରଦାନ କରୁଥିବା ସଶକ୍ତ ଅଙ୍ଗନବାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

• ପ୍ରତି ଗାଁରେ ମାଧ୍ୟମିକ ବିଦ୍ୟାଳୟରେ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ

• ୫ଟି ଆଇଆଇଟିର କ୍ଷମତା ବୃଦ୍ଧି କରାଯାଇ ଅଧିକ ୬,୫୦୦ ଛାତ୍ରଛାତ୍ରୀଙ୍କ ପଢିବାର ବ୍ୟବସ୍ଥା ହେବ

• ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରାଯିବ 

• ୧ କୋଟି ପାଣ୍ଡୁଲିପି ଐତିହ୍ୟର ସର୍ବେକ୍ଷଣ ଓ ସଂରକ୍ଷଣ ପାଇଁ “ଜ୍ଞାନ-ଭାରତମ ମିଶନ” 

• ଆସନ୍ତା ବର୍ଷଠାରୁ ମେଡିକାଲ କଲେଜରେ ୧୦ ହଜାର ସିଟ୍ ଯୋଡ଼ାଯିବ

• ଯୁବପିଢିଙ୍କୁ ଦକ୍ଷ କରିବା ପାଇଁ ୫ଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର ହେବ

• ଷ୍ଟାର୍ଟଅପ୍ ପାଇଁ ସରକାର ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ଯୋଗଦାନ ବ୍ୟତୀତ ଅତିରିକ୍ତ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ

Leave A Reply

Your email address will not be published.