କେନ୍ଦ୍ର ବଜେଟ: ଅଟୋ ମୋବାଇଲ, ସାଇକେଲ, ଖେଳନା ଶସ୍ତା

0
  • ସବ କା ସାଥ, ସବକା ବିକାଶକୁ ଗୁରୁତ୍ୱ
  • ନୂଆଦିଲ୍ଲୀ//TATKAL ODISHA//

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି I ଭାରତ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା I ବିଶ୍ୱରେ ମାନ୍ଦାବସ୍ଥା ସତ୍ୱେ ଭାରତରେ ସ୍ଥିତି ସୁଦୃଢ I ଦେଶରେ ମୁଣ୍ଡ ପିଛା ଆୟ ବଢ଼ିଛି I 2025 ସୁଦ୍ଧା ଫିସକାଲ ଡେଫିସିଟି 4.5% I

ବଜେଟ ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୀତା ରମଣ

ଦେଖନ୍ତୁ କାହାକୁ ଗୁରୁତ୍ୱ…କେତେ ବ୍ୟୟ ବରାଦ?

  • ରେଳ ବିକାଶ ପାଇଁ 2.40 ଲକ୍ଷ କୋଟି
  • ରେଳବାଇରେ ନୂଆ ପ୍ରକଳ୍ପ ପାଇଁ 79 ହଜାର କୋଟି
  • ଖୁବଶୀଘ୍ର ଗ୍ରୀନ କ୍ରେଡିଟ କାର୍ଡ
  • ମତ୍ସ୍ୟ ଯୋଜନା ପାଇଁ 6000 କୋଟି
  • ଅକ୍ଷୟ ଶକ୍ତି ପାଇଁ
  • କୃଷି ପାଇଁ ଡିଜିଟାଲ ଭିତ୍ତିଭୂମି
  • ଗ୍ରାମାଞ୍ଚଳରେ କୃଷି ଷ୍ଟାଟଅପ
  • କୃଷି ଋଣ ପାଇଁ 20,000 କୋଟି
  • MSME କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ପାଇଁ 90 ହଜାର କୋଟି
  • 50 ଏୟାର ପୋର୍ଟର ବିକାଶ
  • ଗୋବର୍ଦ୍ଧନ ଯୋଜନାର ଶୁଭାରମ୍ଭ: 10 ହଜାର କୋଟି ବ୍ୟୟବରାଦ
  • ଟ୍ରାଇବଲ ମିଶନ ପାଇଁ 15 ହଜାର କୋଟି
  • ପ୍ରଦୂଷଣ କରୁଥିବା ପୁରୁଣା ଗାଡି ବଦଳିବ
  • ବଦଳିବ ପୁରୁଣା ଆମ୍ବୁଲାନ୍ସ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏକ ବର୍ଷ ପାଇଁ ବୃଦ୍ଧି କରାଯାଉଛି। ଅର୍ଥାତ୍‌ ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଲୋକେ ମାଗଣାରେ ରାସନ ପାଇପାରିବେ।

– ବରିଷ୍ଠ ନାଗରିକଙ୍କ ପାଇଁ ସର୍ବାଧିକ ଜମା ସୀମା ୩୦ ଲକ୍ଷକୁ ବୃଦ୍ଧି
-୨୦୨୩ରେ ବିତ୍ତୀୟ ନିଅଣ୍ଟ ୬.୪ ପ୍ରତିଶତ ହେବ
-୨୦୨୪ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୯ ପ୍ରତିଶତ ହେବ
-ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର
-ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା
-୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ

ଶସ୍ତା

  • ସାଇକେଲ, ଅଟୋ ମୋବାଇଲ, ଖେଳନା
  • ଏଲିଡି ଟିଭି
  • ବାୟୋ ଗ୍ୟାସ ସାମଗ୍ରୀ
  • ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ
  • -ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ, ଶସ୍ତା ହେବ
  • -ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ
  • -ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ
  • ଲୁହା ଉପରେ ରିହାତି ଜାରି ରହିବ
  • -ଲିଥିୟମ ଆୟନ ଆମଦାନୀ ଉପରେ ସୀମା ଶୁକ୍ଲ କମିଲା
  • -କିଚେନ ଚିମିନି ଉପରେ ୧୫ ପ୍ରତିଶତ ଟିକସ ହ୍ରାସ ପାଇଛି
  • – ଆଶୋଧିତ ଗ୍ଳିସେରିନ୍ ଉପରେ ୨.୫%କୁ ଟିକସ ହ୍ରାସ
  • – ଲ୍ୟାବ ପ୍ରସ୍ତୁତ ହୀରାର ବର୍ହି ଟିକସ ହ୍ରାସ

ମହଙ୍ଗା

  • ସୁନା, ରୁପା ଓ ପ୍ଲାଟିନୟମ ସାମଗ୍ରୀ ଉପରେ ଶୁକ୍ଳ ବୃଦ୍ଧି

Leave A Reply

Your email address will not be published.