କେନ୍ଦ୍ର ବଜେଟରେ ରେଳ ପାଇଁ ୨.୫୫ ଲକ୍ଷ କୋଟି
ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODISHA//
ଆର୍ଥିକ ବର୍ଷ ୨୦୨୪-୨୫ରେ କେନ୍ଦ୍ର ବଜେଟରେ ୨.୫୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ମୋଟ ରେଳ ବଜେଟରୁ ୩,୪୪୫ କୋଟି ଟଙ୍କା ରାଜସ୍ୱ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ।

ଅର୍ଥ ମନ୍ତ୍ରୀଙ୍କ ଘୋଷଣା
ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ନୂଆ ପ୍ରକଳ୍ପକୁ ଦେଖିଲେ ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ