କେନ୍ଦ୍ରରେ ସଚିବସ୍ତରୀୟ ପାହ୍ୟାରେ ସତ୍ୟବ୍ରତ ସାହୁ ତାଲିକାଭୁକ୍ତ
- ପୂର୍ବରୁ ଛ ବର୍ଷ କାର୍ଯ୍ୟ କରିସାରିଛନ୍ତି
- ଭୁବନେଶ୍ୱର//TATKAL ODISHA//:
କେନ୍ଦ୍ରରେ ସଚିବ ସ୍ତରୀୟ ପଦବୀ ପାଇଁ ଓଡ଼ିଶା-କ୍ୟାଡର IAS ଅଧିକାରୀ ସତ୍ୟବ୍ରତ ସାହୁ ତାଲିକାଭୁକ୍ତ ହୋଇଛନ୍ତି I କ୍ୟାବିନେଟର ନିଯୁକ୍ତି କମିଟି (ACC) ଅନୁମୋଦନ କରିଛି।
ପୂର୍ବରୁ ସେ ୨୦୧୩ ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ଯଦି ସେ ଏବେ ଯାଆନ୍ତି ତାହାଲେ ଏହାହିଁ ହେବ ଦ୍ଵିତୀୟ କେନ୍ଦ୍ରୀୟ ଡେପୁଟେସନ I
“ସରକାର ଯେଉଁଠି ଚାହିଁବେ ମୁଁ ସେଇଠି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବି” : ସତ୍ୟବ୍ରତ
୧୯୯୧ ବ୍ୟାଚର IAS ଅଧିକାରୀ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ACS) ଭାବରେ କାର୍ଯ୍ୟ କରୁଛନ୍ତି। ଏଥିସହ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
ଏହା ପୂର୍ବରୁ, ସେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)ର MD ଭାବରେ ନିଯୁକ୍ତ ହୋଇଥିଲେ।