କେଉଁ ମନ୍ତ୍ରୀଙ୍କୁ କେଉଁ ପ୍ରକୋଷ୍ଠ? ପ୍ରକାଶ ପାଇଲା ବିଜ୍ଞପ୍ତି

0

ଭୁବନେଶ୍ୱର,//TATKAL ODISHA//:
କେଉଁ ମନ୍ତ୍ରୀଙ୍କୁ କେଉଁ ପ୍ରକୋଷ୍ଠ? ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

  • ଉପ ମୁଖ୍ୟମନ୍ତ୍ରୀ :
  • କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କୁ ଏମ୍‌ବି-ଦୁଇ ୦୨୩ ଓ ୦୨୪ ପ୍ରକୋଷ୍ଠ ମିଳିଥିବାବେଳେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏମ୍‌ବି-ଏକ ୦୧୬ ଓ ୦୧୭ ପ୍ରକୋଷ୍ଠ ମିଳିଛି ।
  • ମନ୍ତ୍ରୀ :
  • ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏମ୍‌ବି-ଏକ ୦୦୩, ୦୧୯ ଓ ୦୨୦ ପ୍ରକୋଷ୍ଠ ମିଳିଥିବାବେଳେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକଙ୍କୁ ଏମ୍‌ବି-ଦୁଇ ୦୦୨ ଓ ୦୦୩, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଏମ୍‌ବି-ଦୁଇ ୦୦୪ ଓ ୦୦୫, ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଏମ୍‌ବି-ଏକ ୦୦୧ ଓ ୦୦୨, ଆଇନ୍‌, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଏମ୍‌ବି-ଦୁଇ ୦୧୦ ଓ ୦୧୧, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଏମ୍‌ବି-ଦୁଇ ୦୧୯ ଓ ୦୨୦, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଏମ୍‌ବି-ଦୁଇ ୦୨୧ ଓ ୦୨୨, ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏମ୍‌ବି-ଏକ ୦୦୯, ଓ ୦୧୦ ପ୍ରକୋଷ୍ଠ ପାଇଛନ୍ତି ।
  • ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
  • ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ଙ୍କ ପ୍ରକୋଷ୍ଠ ବଣ୍ଟନ ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ମନ୍ତ୍ରୀ ଗଣେଷ ରାମ ଖୁଣ୍ଟିଆଙ୍କୁ ଏମ୍‌ବି-ଏକ ୦୦୮ ଓ ୦୧୩, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଏମ୍‌ବି-ଏକ ୦୦୬ ଓ ୦୦୭, ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମାନ୍ତଙ୍କୁ ଏମ୍‌ବି-ଏକ ୦୧୧ ଓ ୦୧୨, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ୟ ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଏମ୍‌ବି-ଏକ ୦୧୧ ଓ ୦୧୨ ଏବଂ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଏମ୍‌ବି-ଏକ ୦୦୪ ଓ ୦୦୫ ପ୍ରକୋଷ୍ଠ ମିଳିଛି ।
  • ଉଲ୍ଲେଖନୀୟ ଯେ, ବାର ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୋହନ ମାଝୀ ୧୫ରେ ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ । ହେଲେ ଜୁନ୍ ୧୮ରେ ୧୫ ନୂଆ ମନ୍ତ୍ରୀଙ୍କୁ ଲୋକସେବା ଭବନରେ ପ୍ରକୋଷ୍ଠ ବଣ୍ଟନ ହୋଇଛି ।
     

Leave A Reply

Your email address will not be published.