କୂଅରେ ଖସି ପଡି ଦୁଇ ଭାଇ ମୃତ

0

  • ସମ୍ବଲପୁର//TATKAL ODHISHA//

ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି I ମହାନଗରସ୍ଥ  ଲକ୍ଷ୍ମୀ ଟକିଜ ନିକଟରେ କୂଅରେ ଖସି ପଡିବାରୁ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକଦ୍ୱୟ ସାହୁ କଲୋନୀର ସୁନିଲ ଓ ସୁଶୀଲ ତ୍ରିପାଠୀ । ଦୁଇ ଭାଇ ଘର ପାଖ କୂଅ ଉପରେ ବସିଥିଵା ବେଳେ  ହଠାତ ଉଭୟ  କୂଅକୁ ଖସି ପଡିଥିଲେ ।

    କୂଅରେ ଖସିପଡିବା ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ହେଲେ କେଉଁ ପରିସ୍ଥିତିରେ ସେମାନେ କୂଅକୁ ଖସିପଡିଲେ, ସେ ନେଇ ପୋଲିସ ତଦନ୍ତ କରୁଛି । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.