କିଏ ହେବେ ନୂଆ CS? କାହା ମୁଣ୍ଡରେ ଶିରିପା??

0

ଭୁବନେଶ୍ବର//TATKAL ODISHA//

ଓଡିଶାର ପରବର୍ତ୍ତୀ ନୂଆ ମୁଖ୍ୟ ଶାସନ ସଚିବ କିଏ? 

   ବରିଷ୍ଠ ଆଇଏଏସ ପ୍ରଦୀପ କୁମାର ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୩୦ରେ ଶେଷ ହେଉଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ହେଲେ ତାଙ୍କ ପରେ ଆଉ କିଏ ନୂଆ ‘ବାବୁ’ ରାଜ୍ୟ ପ୍ରଶାସନର ମଙ୍ଗ ଧରିବେ ତାହା ତର୍ଜମାର ବିଷୟ I 

ତେବେ ଜାଣନ୍ତୁ.. 1987ରୁ 1994 ବ୍ୟାଚ ତାଲିକା ଭିତରେ ଲେଭଲ -17 ବରିଷ୍ଠ  IAS କେଉଁମାନେ ଅଛନ୍ତି 

  • ଦେଖନ୍ତୁ ତାଲିକା…
  • 1987- ତୁହିନକାନ୍ତ ପାଣ୍ଡେ – କେନ୍ଦ୍ରୀୟ ଡେପୁଟେସନ 

            ରାଜେଶ ବର୍ମା – କେନ୍ଦ୍ରୀୟ ଡେପୁଟେସନ

  • 1988- ସି ଜେ ଭେନୁଗୋପାଳ – କେବିକେ ମୁଖ୍ୟ  
  • 1989- ପ୍ରଦୀପ କୁମାର ଜେନା – ମୁଖ୍ୟ ସଚିବ 
  • 1990- ଡ଼ଃ ନୀତେନ ଚନ୍ଦ୍ର -କେନ୍ଦ୍ରୀୟ ଡେପୁଟେସନ

          ମନୋଜ ଆହୁଜା – ଓଡ଼ିଶା ଫେରିଲେ 

          ସଂଜୀବ ଚୋପ୍ରା –କେନ୍ଦ୍ରୀୟ ଡେପୁଟେସନ

          ଗୁଡ୍ଡୀ ଶ୍ରୀନିବାସ -କେନ୍ଦ୍ରୀୟ ଡେପୁଟେସନ

  • 1991- ଅନୁ ଗର୍ଗ – ଡିସି 

           ସତ୍ୟବ୍ରତ ସାହୁ – ଏସିଏସ 

            ସଞ୍ଜୟ ରସ୍ତୋଗୀ -କେନ୍ଦ୍ରୀୟ ଡେପୁଟେସନ

            ସୌରଭ ଗର୍ଗ –କେନ୍ଦ୍ରୀୟ ଡେପୁଟେସନ

  • 1992- ଚନ୍ଦ୍ର ଶେଖର କୁମାର -କେନ୍ଦ୍ରୀୟ ଡେପୁଟେସନ
  • 1993- ଡିକେ ସିଂ -ଏସିଏସ 

           ନିକୁଞ୍ଜ ଧଳ – ଏସିଏସ 

           ସୁରେନ୍ଦ୍ର କୁମାର – ଏସିଏସ 

            ଅଶୋକ ମିନା – କେନ୍ଦ୍ରୀୟ ଡେପୁଟେସନ 

  • 1994- ସନ୍ତୋଷ ଷଡ଼ଙ୍ଗୀ – କେନ୍ଦ୍ରୀୟ ଡେପୁଟେସନ 

ଏମାନଙ୍କ ଭିତରୁ ତିନି ଜଣ ମୁଖ୍ୟ ଶାସନ ସଚିବ ଦୌଡ଼ରେ ସର୍ବାଗ୍ରେ ଅଛନ୍ତି I ସେମାନେ ହେଉଛନ୍ତି…

  • ମନୋଜ ଆହୁଜା, ସତ୍ୟବ୍ରତ ସାହୁ ଓ ନିକୁଞ୍ଜ ଧଳ I 

କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ତଥା କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ସଚିବ ମନୋଜ ଆହୁଜାଙ୍କୁ ଓଡିଶା ଫେରି ଆସିଛନ୍ତି I ତାଙ୍କୁ  ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ସେ ନୂଆ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି। ଆସନ୍ତା ଡିସେମ୍ବରରେ ସେ ଅବସର ନେବେ I 

“ଯଦି ମନୋଜ ଆହୁଜା ନୂଆ CS ହୁଅନ୍ତି ତାହାଲେ ସତ୍ୟବ୍ରତ ସାହୁ ପରବର୍ତ୍ତୀ ଉନ୍ନୟନ କମିଶନର (ଡିସି) ହେବେ I  ନିକୁଞ୍ଜ ଧଳଙ୍କୁ ଭଲ ବିଭାଗ ମିଳିବ”… Source

ଯଦି ମନୋଜଙ୍କୁ ମୁଖ୍ୟ ଶାସନ ସଚିବ କରାଯାଏ  ତାଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧି କରାଯାଇପାରେ । ତେଣୁ ମନୋଜ ବାବୁ ନିଜ ଅନୁସାରେ   ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିବେ ନିଶ୍ଚୟ ।

 ଯଦି ମନୋଜ CS ହେଲେ ସତ୍ୟବ୍ରତ ସାହୁ ପରବର୍ତ୍ତୀ ଉନ୍ନୟନ କମିଶନର (ଡିସି) ହେବେ I  ନିକୁଞ୍ଜ ଧଳଙ୍କୁ ଭଲ ବିଭାଗ ମିଳିବ I 

ଯଦି ମନୋଜ ଆହୁଜା ମୁଖ୍ୟ ସଚିବ ନ ହୁଅନ୍ତି ତାହାଲେ ସତ୍ୟବ୍ରତ ଵା ନିକୁଞ୍ଜ ପରବର୍ତ୍ତୀ ସିଏସ ହେବେ I ବରିଷ୍ଠତା ଭିତ୍ତିରେ ସତ୍ୟବ୍ରତ ଆଗରେ ଅଛନ୍ତି I ଉଭୟେ ‘ଓଡ଼ିଆ’ I 

  • ଓଡ଼ିଶା ପ୍ରଶାସନର ଵିଧି ଅନୁସାରେ ମୁଖ୍ୟ ଶାସନ ସଚିବ ପଦଟି ଓଡ଼ିଆ ହୋଇ ଥାଏ I ମାତ୍ର ଏବେ ପୋଲିସ ଡିଜି ପଦଟିରେ ଓଡ଼ିଆ ଥିବାରୁ ସିଏସ ପଦରେ ଜଣେ ଅଣ ଓଡ଼ିଆ ରହିଲେ ସମସ୍ୟା ନାହିଁ I ତେଣୁ ମନୋଜଙ୍କ ପଲ୍ଲା ଭାରି ରହିଛି I 

ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୩୦ରେ ଶେଷ ହେଉଥିଲେ ହେଁ ସେ ବି ଉକ୍ତ ପଦବୀ ମୋହ ତୁଟାଇ ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଛଅ ମାସ ପଦରେ ରହିବାକୁ ସେ ଚେଷ୍ଟା କରୁଛନ୍ତି ଏବଂ  ସେଥିପାଇଁ ସେ ଛୁଟିରେ ରହି ଦିଲ୍ଲୀରେ ଲବି କରୁଛନ୍ତି ବୋଲି ଲୋକସେବା ଭବନରେ କେତେକ କୁହାକୁହି ହେଉଥିବା ଜଣାପଡ଼ିଛି I

ହେଲେ ତାହା କେତେଦୂର ସତ ସ୍ପଷ୍ଟ ହୋଇନାହିଁ କି ନିଜେ ଜେନା ଗଣମାଧ୍ୟମ ଆଗରେ ଏନେଇ କିଛି କହି ନାହାନ୍ତି I

 ତେଣୁ ଯାହା ଜଣା ପଡୁଛି ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୂଡାନ୍ତ ନିଷ୍ପତ୍ତି ନେଇ ଫେରିବେ I କାରଣ ଲୋକେ ବହୁତ କିଛି ବିଜେପି ଠାରୁ ଆଶା ରଖିଛନ୍ତି I 

Leave A Reply

Your email address will not be published.