କାଶୀ ରାସ୍ତା ପାର୍ଶ୍ୱ ଦୋକାନରେ ଚା’ ପିଇଲେ ମୋଦୀ

0
  • କାଶୀ, ବାରଣାସୀ // TATKAL ODISHA//

ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ବାରଣାସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ପ୍ରଧାନମନ୍ତ୍ରୀ 3 କିମି ରୋଡ୍ ଶୋ କରିଥିଲେ । ମଲଦହିୟା ଚୌରାହେ ଠାରୁ କାଶୀ ବିଶ୍ୱନାଥ ଧାମ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିଥିଲେ । ଏହି ସମୟରେ ଲକ୍ଷାଧିକ ଲୋକଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ହାତ ଯୋଡ଼ି ସମସ୍ତଙ୍କ ଅଭିବାଦନକୁ ସ୍ୱୀକାର କରିଥିଲେ । ବାବା ବିଶ୍ୱନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସରରେ ଡମ୍ବୁରୁ ବଜାଇବାର ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶୀରେ ରାସ୍ତା ପାର୍ଶ୍ୱ ଦୋକାନରେ ଦୋକାନରେ ଚା’ ପିଇ ଚର୍ଚ୍ଚା ସୃଷ୍ଟି କରିଥିଲେ । ଏହି ସମୟରେ ସାଥୀରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପରବର୍ତ୍ତୀ ସମୟରେ ବିଳମ୍ବିତ ରାତିରେ ଖିଡ଼କିୟା ଘାଟ ଠାରେ କିଛି ସମୟ ବିତାଇଥିଲେ । ଘାଟର ସୌନ୍ଦର୍ଯ୍ୟୀକରଣକୁ ଦେଖିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଭିନ୍ନ ବିଷୟରେ ଚର୍ଚ୍ଚା କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରଣାଳୟରେ ଦାୟିତ୍ୱରେ ଥିବା ସମୟରେ 2021 ଫେବୃୟାରୀ 21ରେ ଏହି ଖିଡକିୟା ଘାଟରେ ସିଏନଜି ବୋଟ୍ ରୂପାନ୍ତର ଓ ଘାଟର ପୁର୍ନବିକାଶ ପ୍ରକଳ୍ପର ଅଗ୍ରଗତି ନେଇ କଥା ହୋଇଥିଲେ । ୨ ହଜାର ଡ଼ିଜେଲ ଚାଳିତ ଡ଼ଙ୍ଗାକୁ ସିଏନଜିରେ ରୂପାନ୍ତର ଓ ଖିଡକିୟା ଘାଟର ଐତିହ୍ୟ ପୁନଃସ୍ଥାପନ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇଥିଲେ ।

Leave A Reply

Your email address will not be published.