କାର୍ତ୍ତିକ ପୂର୍ଣ୍ଣମୀ ଆସନ୍ତୁ ନୂଆ ଇତିହାସ ରଚିବା

0

++++++++++++++++++++++++++++++++

  • GUEST EDITOR // ଶ୍ରୀକାନ୍ତ ଦାସ //

*******************************************–

  • ବାରମ୍ବାର ନିଜ ଜାତି ପାଇଁ ଶପଥ ପରେ ଶପଥ ନେବା

 ଉତ୍କଳୀୟ ସଂସ୍କୃତିର ଅନ୍ୟ ଏକ ଗଣ ପର୍ବ ରାସ ପୂର୍ଣମୀ ଵା ପବିତ୍ର କାର୍ତ୍ତିକ ପୂର୍ଣମୀ |

ବୋଇତ ବନ୍ଦାଣ କରି ଜଳାଶୟ ନିକଟରେ ଅତୀତର ଗୌରବ ମୟ ପରମ୍ପରାର ପାଳନ ଓ ସ୍ମୃତି ଚାରଣ କରିବା  ବ୍ୟତୀତ ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ | ତାହା ହିଁ ଆମେ ସମସ୍ତେ କରିଛୁ I 
ଆହୁରି ଯନ୍ତ୍ରଣା ଦାୟକ ହେଉଛି ଯେ କରୋନା ଲାଗି ଏ ପ୍ରତୀକ ବୋଇତ ବନ୍ଦାଣ ଉପରେ ସରକାରୀ କଟକଣା, ଯାହାକୁ ଲୋକେ ମାନିଛନ୍ତି |

ଘରେ ରହି ଅତୀତକୁ ସ୍ମୃତିରେ ଆଣିବା ଆମ ପାଇଁ ଗର୍ବର କଥା ହେବ, କାରଣ ଆମେ ଇତିହାସ ସୃଷ୍ଟି କରିବାରେ ଅସମର୍ଥ ହେଇଛେ

|
ତେବେ ଯେଉଁ ଓଡ଼ିଆ ଜାତି ଅତୀତରେ ଏତେ ବିଭବଶାଳୀ, ସୌର୍ଯ୍ୟ ଶାଳୀ ଥିଲା, ସେ ଆଜି ଅତୀତ ରୋମନ୍ଥନ କରି ଆତ୍ମ ତୃପ୍ତି ଅନୁଭବ କରୁଛି, କାରଣ ସେ ପରମୁଖାପେକ୍ଷି, ପରାଙ୍ଗପୁଷ୍ଟ ଜୀବନଧାରାକୁ ଆଦରି ନେଇଛି |

ପ୍ରତି ବର୍ଷ ଏଭଳି ସ୍ୱର୍ଣ୍ଣିମ ଅବସର ଆସିଲେ ବି ଆମେ କେବଳ ପରମ୍ପରା ପାଳନ କରୁଛେ, ନୂତନ ପ୍ରଥା ସୃଷ୍ଟି କରିବାକୁ ଆଗଭର ହେଉନେ, ଯାହା ଦ୍ୱାରା ଆମର ଶିକ୍ଷା, ଭାଷା, ସଂସ୍କୃତି, କଳା, କୃଷି, ପର୍ଯ୍ୟଟନ, ବେପାର କୌଶଳ, ଅର୍ଥନୀତି  ଇତ୍ୟାଦି ସବୁ ବିପଦରେ. |
ଅତିତ ସ୍ମୃତିରେ ରହିଛି, ଯାହା ଆମକୁ ସ୍ବପ୍ନ ଭଳି ଲାଗୁଚି, ତାହାକୁ ବାସ୍ତବ ରୁପ ଦେଇ ପୁନଶ୍ଚ ଏକ ଅଗ୍ରଣୀ ଜାତିରେ ପରିଣତ ହେବାରେ ଆମର ଆଗ୍ରହ ନାହିଁ |
ତାର ଜାରଣ ଆମେ ଗଣତନ୍ତ୍ରର ପ୍ରକୃତ ଉପାସକ ନ ହୋଇ ରାଜନେତା ମାନଙ୍କ  କ୍ରୀଡ଼ନକ ହେଇ, ସେମାନଙ୍କ କଥାରେ ହିଂସା, ଦ୍ୱେଷର ଶିକାର ହେଇ ନିଜର କ୍ଷତି କରିଚାଲିଛେ |ସେମାନେ ଆମର ସେବକ, ଆମେ ପ୍ରକୃତ ପ୍ରଭୁ, ଏ ବିଚାରକୁ ଯେଉଁ ଦିନ ମାନିବା, ସେ ଅନୁସାରେ କାର୍ଯ୍ୟ କରିବା, ସେଦିନ ସମାଜରେ ପରିବର୍ତ୍ତନ ଆସିବ I


ଆଜିର ଏ ପବିତ୍ର ଦିନରେ ନୂଆ ଇତିହାସ ଲେଖିବା ପାଇଁ ମୁଁ  ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ସମସ୍ତଙ୍କୁ ନିବେଦନ କରୁଛି |
ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ |

ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରି ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ

Leave A Reply

Your email address will not be published.