କାର୍ତ୍ତିକ ପୁର୍ଣିମାରେ ଚନ୍ଦ୍ରଗ୍ରହଣ: ତିନି ରାଶି ପାଇଁ ପ୍ରଭାବ

0
  • ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ସମୟ ପାଇଁ ଦୃଶ୍ୟମାନ
  • ୧୧ ଘଣ୍ଟା ୩୪ ମିନିଟରୁ ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ
  • ସନ୍ଧ୍ୟା ୫ ଘଣ୍ଟା ୩୩ ମିନିଟରେ ଶେଷ
  • ଭୁବନେଶ୍ୱର,ଗୌହାଟି //TATKAL ODHISHA//

କାର୍ତ୍ତିକ ପୂର୍ଣ୍ଣିମା ଦିନ ଅର୍ଥାତ ୧୯ ନଭେମ୍ବରରେ ବର୍ଷର ଶେଷ ଓ ସବୁଠାରୁ ବଡ଼ ଚନ୍ଦ୍ରଗ୍ରହଣ I ଭାରତରେ  ଆସାମ ଓ ଅରୁଣାଚଳ ପ୍ରଦେଶରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ।

ହେଲେ ଆମେରିକା, ଉତ୍ତର ଇଉରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେବ।

ଚନ୍ଦ୍ରଗ୍ରହଣ


ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ନଭେମ୍ବର ୧୯ ତାରିଖ ଦିବା ୧୧ ଘଣ୍ଟା ୩୪ ମିନିଟରୁ ଚନ୍ଦ୍ର ଗ୍ରହଣ ପ୍ରାରମ୍ଭ ହେବ ଏବଂ ସନ୍ଧ୍ୟା ୫ ଘଣ୍ଟା ୩୩ ମିନିଟରେ ଶେଷ ହେବ। 

  ଜ୍ୟୋତିଷଙ୍କ ମତରେ ପାଞ୍ଚଟି ରାଶିର ଲୋକଙ୍କ ଉପରେ ଚନ୍ଦ୍ର ଗ୍ରହଣର ପ୍ରଭାବ ପଡ଼ିବ।

  • ବୃଷ ରାଶି
  • କନ୍ୟା ରାଶି
  • ବିଛା ରାଶି
  • ଧନୁ ରାଶି
  • ମେଷ ରାଶି
  • ଏସବୁ ରାଶିରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ପ୍ରଭାବ ରହିବ। ତେବେ ବୃଷ ରାଶିର ଲୋକଙ୍କ ପାଇଁ ଏହି ସମୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।


ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ସମୟରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବା ଉଚିତ। ଚନ୍ଦ୍ର ଗ୍ରହଣ ସମୟରେ କିଛି ନୂଆ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ। ଗ୍ରହଣ ସମୟରେ ଗୃହ ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଥାଏ। 

ଗ୍ରହଣ କାଳରେ ଖାଦ୍ୟପାନୀୟ ଏବଂ ପୂଜାପାଠ ଆଦି ଧାର୍ମିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଭଗବାନଙ୍କ ଧ୍ୟାନ କରନ୍ତୁ। ଗର୍ଭବତୀ ମହିଳା ମାନେ ବିଶେଷ ସାବଧାନ ରହିବା ଆବଶ୍ୟକ। ଗ୍ରହଣ ସମୟରେ ଭଗବାନ ହର ହର ମହାଦେବଙ୍କୁ ଆରାଧନା କରିବା ଶୁଭଦାୟକ।

  • TATKAL ODISHAର 2019ରେ ପ୍ରକାଶିତ ଗ୍ରହଣ NEWS ପୁଣି ଥରେ ପଢ଼ନ୍ତୁ..

ସୁପରମୁନର ବଡ ଚନ୍ଦ୍ର ଗ୍ରହଣ : କେମିତି ଦେଖିବେ, କଣ କରିବେ?

ସୁପରମୁନର ବଡ ଚନ୍ଦ୍ର ଗ୍ରହଣ : କେମିତି ଦେଖିବେ, କଣ କରିବେ?

Leave A Reply

Your email address will not be published.