କଳାହାଣ୍ଡି-ଆଇପିଏଲ ସଟ୍ଟା ଖେଳର ‘ହବ’: ଧରା ପଡ଼ିଲା କାର୍ପଟଦାର

0

  • କଳାହାଣ୍ଡି,//TATKAL ODISHA//
  • ରିପୋର୍ଟ //ଦୁଷ୍ମନ୍ତ କୁମାର ପଣ୍ଡା//

କଳାହାଣ୍ଡିରେ ଆଇପିଏଲ ସଟ୍ଟା ମୁହାଁ ହୋଇଛନ୍ତି ଯୁବଗୋଷ୍ଠୀ । ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛି ବ୍ୟବସାୟ । ମୁଖ୍ୟ ଟାର୍ଗେଟରେ ଅଛନ୍ତି ଗ୍ରାମାଞ୍ଚଳର ବେକାର ଯୁବଗୋଷ୍ଠୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ଏବେ ଆଇପିଏଲ ସଟ୍ଟା ଖେଳର ହବ ପାଲଟିଛି । ଧର୍ମଗଡ଼ ସହର ସମେତ ଏହାର ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଏହା ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି ।

ସୋସିଆଲ ମିଡିଆ ଜରିଆରେ ଖେଳ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଧର୍ମଗଡ଼ ଏସଡ଼ିପିଓ ଧିରଜ ଚୋପଦାରଙ୍କ ନେତୃତ୍ତ୍ବରେ ଏକ ପୋଲିସ ଟିମ ଆଇପିଏଲ ସଟା ବ୍ୟବସାୟୀଙ୍କ ଉପରେ ଅତର୍କିତ ଚଢ଼ାଉ କରିଛନ୍ତି ।

ଏହି ଘଟଣାରେ ଧର୍ମଗଡ଼ର କେନ୍ଦୁମୁଣ୍ଡି ପଡାର ରଶ୍ମି ରଞ୍ଜନ ଚୌଧୁରୀକୁ ଗିରଫ କରିବା ସହ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ୪ଟି ପାସବୁକ ସହ ୪ଟି ଏଟିଏମ କାର୍ଡ, ୭୦ ହଜାର ଟଙ୍କା, ଗୋଟିଏ ନୋଟ କାଉଣ୍ଟିଙ୍ଗ ମେସିନ ସମମେତ ଏକ ଫର୍ଡ ଇକକୋ ସ୍‌ସ୍ପସ୍ପୋର୍ଟ କାର ଜବତ କରାଯାଇଥିବା  ପୋଲିସ ପ୍ରକାଶ କରିଛି ।

ଏ ସଂକ୍ରାନ୍‌ନ୍ତରରେ ଧର୍ମଗଡ ଥାନା କକେଶ ନଂ. ୧୧୬ ତା.୧୬.୦୫.୨୦୨୨ ରରେ ଆଇପିସି ଧାରା ୪୨୦/୨୯୪-ଏ ସହିତ ଓପିଜି ଆଇନର ଧାରା ୩ ଏବଂ ପିସିଏମସିଏସ ବେନିଂ ଆଇନର ଧାରା ୪/୫ ଅନୁସାରରେ ଏକ କେଶ ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.