କଳାହାଣ୍ଡିରେ ପୁଣି ୯ ପଜିଟିଭ : ୩ କରୋନା ଯୋଦ୍ଧା
କଳାହାଣ୍ଡି,(ତତ୍କାଳ ଓଡିଶା ବ୍ୟୁରୋ ): କଳାହାଣ୍ଡି ଜିଲ୍ଲାରେ ଆଜି ୨୫ ଜୁଲାଇ ଶନିବାର ଦିନ ପୁଣି ୯ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଗତ ଶୁକ୍ରବାର ଦିନ ଭବାନୀପାଟଣା ଠାରେ ପୋଲିସ ମାନଙ୍କ ମଧ୍ୟରେ ପଜିଟିଭ ଚିହ୍ନଟ ହେବା ପରେ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତକୁ ସଟଡାଉନ କରାଯାଇ ଘରକୁ ଘର ଯାଇ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦ୍ୱାରା ସ୍ୱାବ ପରୀକ୍ଷା କରାଯାଇଥିଲା ।
ଦଶଟି ସ୍ୱାବ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇ ୭୫ ଟି ସ୍ୱାସ୍ଥ୍ୟ ପରୀକ୍ଷା ଦଳ ମାଧ୍ୟମରେ ୧୮,୭୭୦ ଟି ଗୃହକୁ ଦୁଇ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି ।
ଶନିବାର ସଂଧ୍ୟା ମଧ୍ୟରେ ୩୭୧ ଟି ପରୀକ୍ଷା ମଧ୍ୟରୁ ୩ ଜଣ କରୋନା ଯୋଦ୍ଧା ପୁଣି ପଜିଟିଭ ଆସିଥିବା ପ୍ରକାଶ । ସେହିପରି ଜୁନାଗଡ ବ୍ଲକ ଚକୁଳି ଗ୍ରାମରୁ ୩ ଜଣ ଓ ନର୍ଲା ବ୍ଲକରୁ ୩ ଜଣ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି । ଏହି ସମସ୍ତ ପଜିଟିଭ କେଶ ଗୁଡିକ ପୂର୍ବର ପଜିଟିଭ କେଶ ସଂଶ୍ପର୍ସରେ ଆସି ପଜିଟିଭ ହୋଇଯାଇଥିବା ପ୍ରକାଶ ।