କଳାହାଣ୍ଡିରେ ଚର୍ଚ୍ଚା : ନଡ୍ଡା ଢୋକିଲେ ବେଶୀ, କହିଲେ କମ?
କଳାହାଣ୍ଡି, ଝାରସୁଗୁଡା,//TATKAL ODISHA//
ଆକ୍ରମାଣତ୍ମକ ଓଜସ୍ୱନୀ ଭାଷଣ ଦେଇ ସର୍ବଦା ଗଣମାଧ୍ୟମର ଶିରୋନାମାରେ ରହୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କଳାହାଣ୍ଡି ଗସ୍ତ କାଳରେ ଅନୁରୂପ ଭୂମିକା ନେଇ ରାଜ୍ୟ ସରକାରଙ୍କୁ ଘେରିବେ ବୋଲି ଅଧିକାଂଶ ଭାବିଥିଲେ I ହେଲେ ଫୁସ I ତାହା କଲେନାହିଁ I ଏପରିକି ନଡ୍ଡାଙ୍କ ପୂର୍ବରୁ ପ୍ରେସ୍ ମିଟ୍ କରି ତମ୍ବିତୋଫାନ କରିଥିବା ଏମପି ଅପରାଜିତା ମହୋଦୟା ଏବଂ ଏବର ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ଉଠାଇଥିବା ପ୍ରସଙ୍ଗ ଉପରେ ବି ପାଣି ଚିଟିକା ମାରିଦେଲେ?
ଫଳରେ ସେଇ ତିନି ନେତାଙ୍କ ନାକ କଟିକଲା ବୋଲି ସ୍ଥିତି ହେଲା । କାରଣ ‘ଅଘିରା’କୁ ବାଇଗଣ ଭିଙ୍ଗିବା’ ପରି ନଡ୍ଡା ହାଲକା ଆଟାକ କଲେ ବୋଲି କୁହାଯାଉଛି I
ନଡ୍ଡାଙ୍କ ଏଭଳି ନୂଆ ଅବତାର ଦେଖି କେତେକ ସେଠାରେ କୁହାକୁହି ହେଉଥିଲେ ସେ ‘ଢୋକୁଥିଲେ ବେଶୀ, କହୁଥିଲେ କମ’ I
ଯଦି ଏହା ସତ, ତାହାଲେ ନଡ୍ଡାଙ୍କୁ ଏ ଅବତାରକୁ ଆଣିଲା କିଏ?
କଳାହାଣ୍ଡିରେ ଏହା ରୋଚକପୂର୍ଣ୍ଣ କଥା ଚର୍ଚ୍ଚାର ବିଷୟ ହୋଇଛି I
କଳାହାଣ୍ଡି ସଦର ମହକୁମା ଭବାନୀପାଟଣାରେ ହୋଇଥିବା ମହା ଜନସମ୍ପର୍କ ଯାତ୍ରା ସମାବେଶରେ ଓଡ଼ିଶାରେ କିଛି ଅଫିସରଙ୍କ ଉପରେ ଅତର୍କିତ ଆକ୍ରମଣ କରିବେ ବୋଲି ରାଜ୍ୟ ବିଜେପିର ବହୁ ନେତା କହି ବୋଲୁଥିଲେ। ମାତ୍ର ନଡ୍ଡାଙ୍କ ବହୁତ କଥା କହିବାକୁ ଯାଇ କହି ପାରିଲେନାହିଁ…ବେଶୀ ଢୋକିଲେ ଏବଂ କମ୍ କହିଲେ।
ହାଲକା ଆଟାକ!
‘ଓଡ଼ିଶାରେ ୫୦% PC ଚାଲିଛି। ଓଡ଼ିଶାରେ ନେତା କିଏ? ସରକାର କିଏ ଚଳାଉଛି- ନେତା ନା ଅଫିସର? ଆପଣ କାହାକୁ ଭୋଟ ଦେଇଛନ୍ତି, କିଏ ଶାସନ କରୁଛି? ଏଭଳି ଶାସନ ଚାଲିବା ଉଚିତ କି?’- ଜେ ପି ନଡ୍ଡା, ବିଜେପି ଜାତୀୟ ସଭାପତି
ନଡ୍ଡା କହିଲେ ଯେ, ଆବାସ ଦୁର୍ନୀତିରେ ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯିବ। ଏ କଥା ସେ ପୂର୍ବରୁ ଦୁଇ ଥର ଉଠାଇଛନ୍ତି I ତେଣୁ କଥାରେ ସେମିତି ଟାଣପଣ ନ ଥିଲା I
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନଡ୍ଡା ଶାସକ ଦଳକୁ ଯେତିକି ଟାର୍ଗେଟ କରିବା କଥା ନ କରି ନିଜ ଭାଷଣରେ କଂଗ୍ରେସ ଓ ଅନ୍ୟ ବିରୋଧି ଦଳକୁ ଟାର୍ଗେଟ କରିଛନ୍ତି ।
ହେଲେ ଓଡ଼ିଶାରେ କଂଗ୍ରେସ, ଆରଜେଡି,ଏନସିପି, ବାମ ଦଳର ସ୍ଥିତି କଣ? ତାହାଲେ ନଡ୍ଡାଙ୍କ ଅସଲ ଉଦେଶ୍ୟ କଣ ଥାଇ ପାରେ ତାହା ବୁଝି ହେଉଥିବ I
କେତେକ ଚେଙ୍ଗଡ଼ା ଟୋକା ନଡ୍ଡାଙ୍କ ଏଭଳି ସ୍ଥିତି ଦେଖି ଗୋଟିଏ ଗୀତ ଗାଇଛନ୍ତି…” କହିଁ ପେ’ ନିଗାଏଁ… କହିଁପେ ନିଶାନା “...
ଏହା ଦେଖି ଉପସ୍ଥିତ କିଛି ବିଜେପି ନେତା ଆକ୍ରମଣ କରିବା ବଦଳରେ ଅବାକାବା ହୋଇ ଯାଇଥିଲେ I