କରୋନା ପଞ୍ଝାରେ କ୍ୟାପିଟାଲ ହସ୍ପିଟାଲ
ଡାକ୍ତର, ନର୍ସ ଓ କର୍ମଚାରୀ 135 କୋଭିଡ ପଜିଟିଭ
- ଭୁବନେଶ୍ୱର//TATKAL ODISHA//
ଗୋଟିଏ ପଟେ କରୋନା ସଂକ୍ରମଣ ନେଇ ଭୟ କରନ୍ତୁ ନାହିଁ, ତାହା ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାର କହିଥିଲାବେଳେ ଅନ୍ୟପଟେ କୋଭିଡ ସଂକ୍ରମଣ କମିବା ନାମ ଧରୁନାହିଁ, ହୁ ହୁ ବଢ଼ି ଚାଲିଛି I
ଗୁରୁବାର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ 135ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି I
ଯାହାକୁ ଦେଖିବ ଦେଖ ଏଠି ସବୁ ପଜିଟିଭ୍
ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି..
- 40 ଡାକ୍ତର,
- 30 ଷ୍ଟାଫ୍ ନର୍ସ
- 40 ଲାବରୋଟୋରୀ ଟେକ୍ନିସିଆନ
- 15 ଜଣ ଫାର୍ମାସିଷ୍ଟ
- 10 ଅନ୍ୟ କର୍ମଚାରୀ
ଏମାନଙ୍କ ବ୍ୟତୀତ କିଛି ସଫେଇ ଓ ତୃତୀୟ ଶ୍ରେଣୀ କର୍ମଚାରୀ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି I
- ଏମ୍ସରେ ସମାନ ସ୍ଥିତି
ଏମ୍ସରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।