କମକୋଟି ସଜ୍ଜିତ ରୁପା ‘ପରଭା’ ଓ ‘ଛତ୍ର’ରେ ଝଲସିବେ ମା’ ସମଲେଇ

0

  • ଭକ୍ତଙ୍କୁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ରୁପା ଦାନ ପାଇଁ ଆହ୍ୱାନ 

* ସମ୍ବଲ ପୁର//TATKAL ODISHA//


ସଜେଇ ହେବେ ଶ୍ରୀ ଶ୍ରୀ ମା’ ସମଲେଶ୍ବରୀ I ଖୁବଶୀଘ୍ର ମା’ଙ୍କ ପାଇଁ ରୁପାରେ ନିର୍ମିତ ହେବ କମକୋଟି ସଜ୍ଜିତ ‘ପରଭା’ ଓ ‘ଛତ୍ର’ I ଏଥିନିମନ୍ତେ ୮୦ ରୁ ୧୦୦ କିଲୋଗ୍ରାମ ଓଜନର ରୂପା ଆବଶ୍ୟକତା ପଡୁଥିଲାବେଳେ ଟ୍ରଷ୍ଟ ବୋର୍ଡ ପାଖରେ ସେତିକି ପରିମାଣରେ ରୁପା ନାହିଁ I ଗଛିତ ଅଛି ମାତ୍ର ୧୧ କିଲୋ ୯୦୦ ଗ୍ରାମ ରୂପା I

ବୁଧବାର ସକାଳେ ମାଙ୍କ ରୂପ


ତେଣୁ ବାକି ରୁପା କେଉଁଠୁ ଆସିବ? କେମିତି ଏହି ପବିତ୍ର ଓ ବିରଳ ବେଶ ହେବ? ସେନେଇ ବଢିଛି ଚିନ୍ତା I


   ମଙ୍ଗଳବାର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ମା’ଙ୍କ ‘ତରଭା’ ଓ ‘ଛତ୍ର’ ନିର୍ମାଣ ପାଇଁ  ସଂକଳ୍ପ ନିଆଯାଇଛି I ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି I 


    ଟ୍ରଷ୍ଟ ବୋର୍ଡ଼ର ସଭାପତି ସଞ୍ଜୟ ବାବୁ TATKAL ODHISHAକୁ  କହିଥିଲେ,  ଆମ ପାଖରେ କମ ପରିମାଣରେ ରୁପା ଗଛିତ ଅଛି। ଏଣୁ ଆମେ ଭକ୍ତ ମାନଙ୍କୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଏହି କାର୍ଯ୍ୟ ପାଇଁ ରୁପା ଦାନ କରିବାକୁ ଆହ୍ୱାନ କରିଛୁ। ଏହାକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଗ୍ରହଣ କରିବେ ବୋଲି ଆଶା ରଖିଛୁ I


ତେବେ କିଛି ଧର୍ମୀୟ ବ୍ୟକ୍ତି ରୁପା ଦାନ କରିବାକୁ ଇଛା ପ୍ରକାଶ କରିଥିବା ଜଣାପଡିଛି I

Leave A Reply

Your email address will not be published.