କଟକ-ସମ୍ବଲପୁର ଜାତୀୟ ରାଜପଥ: ଆଉ ହେବନି ବିଳମ୍ବ

0

ସୁଙ୍କିରୁ ବୋରିଗୁମ୍ମା ଏନ୍‌ଏଚ୍‌: ହିତାଧିକାରୀଙ୍କୁ ପ୍ରାପ୍ୟ ଖୁବ୍‌ଶୀଘ୍ର

ଭୁବନେଶ୍ୱର//TATKAL ODISHA//

 ଆଉ ବିଳମ୍ବ ହେବନି କଟକ-ସମ୍ବଲପୁର ଜାତୀୟ ରାଜପଥ । ଏହି ନିର୍ମାଣଧୀନ ରାଜପଥ ପାଇଁଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ସେହିପରି କୋରାପୁଟ ଜିଲ୍ଲାର ଶୁଙ୍କି ଠାରୁ ବୋରିଗୁମ୍ମା ଯାଏ ଜାତୀୟ ରାଜପଥ କାର୍ଯ୍ୟ ବି ଧାର୍ଯ୍ୟ ସମୟରେ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ଏନେଇ ଆନୁସଙ୍ଗିକ କାର୍ଯ୍ୟ ତ୍ୱରାନ୍ୱିିତ କରିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସତ୍ୟବ୍ରତ ସାହୁ, ଏସିଏସ


 TATKAL ODISHAକୁ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟରେ ଜାତୀୟ ରାଜପଥଗୁଡିକ ଅନ୍ୟତମ ମୁଖ୍ୟ ମାଧ୍ୟମ । ତେଣୁ ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀ ସାହୁ କହିଛନ୍ତି ଯେ, ଜାତୀୟ ରାଜପଥ ୫୫ର କଟକ ଅନୁଗୁଳ ଭାଗ ମଧ୍ୟରେ ୨୧ ଗ୍ରାମ ମଧ୍ୟରୁ ୧୭ ଗ୍ରାମରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ହସ୍ତାନ୍ତର କରାଯାଇଛି । ସେହିପରି ଅନୁଗୁଳ ସମ୍ବଲପୁର ଭାଗ ମଧ୍ୟରେ ସମୁଦାୟ ୭୦ ଗ୍ରାମ ମଧ୍ୟରୁ ୬୧ ଗ୍ରାମରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣର୍ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ ଗତ ଏକ ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ କରେକ୍ସନ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି । କୋରାପୁଟ ଜିଲ୍ଲାର ଶୁଙ୍କି ଠାରୁ ବୋରିଗୁମ୍ମା ଯାଏ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟରେ ବିଭିନ୍ନ ହିତାଧିକାରୀଙ୍କୁ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ୧୦୧ କୋଟି ପ୍ରାପ୍ୟ ବଣ୍ଟନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିୟମିତ ଭାବେ ସମୀକ୍ଷା ବୈଠକ ନେଇ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କଲେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିିତ କରିବାକୁ ବି କୁହାଯାଇଛି ।


 ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.