କଟକ-ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ: କେଉଁମାନଙ୍କୁ ଅନୁମତି? ଜାଣନ୍ତୁ..

0

ଭୁବନେଶ୍ୱର //ତତ୍କାଳ ଓଡିଶା//

କରୋନା ସଂକ୍ରମଣ ହୁ ହୁ ହୋଇ ବଢୁ ଥିବାରୁ ରାଜ୍ୟ ସରକାର କଟକ-ଭୁବନେଶ୍ୱରେ ଶନିବାରରୁ “ନାଇଟ କର୍ଫ୍ୟୁ” ଲାଗୁ କରିଛନ୍ତି I କେବଳ ମେଡିକାଲ ଡାକ୍ତର, କର୍ମଚାରୀ, ଜରୁରୀ ସେବା ଓ ଗଣମାଧ୍ୟମ ପ୍ରତିନିଧି ଯାଆ ଆସ କରି ପାରିବେ I ମାଲପରିବହନ ଗାଡି କଟକଣାରୁ ବାଦ୍‍ I

କେଉଁ ମାନଙ୍କୁ ଘରୁ ବାହାରିବାକୁ ଅନୁମତି?

ଏମାନେ ଯାଇ ପାରିବେ..

* ରାତି ୯ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ I
ଛତିଶଗଡ ସୀମାରେ ଥିବା ୧୦ଟି ଜିଲ୍ଲାର ପୌରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି I
ଆସନ୍ତା କାଲିଠାରୁ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ର କର୍ଫ୍ୟୁ

ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି I

ସେ କହିଥିଲେ,

1. ନାଇଟ କର୍ଫ୍ୟୁରୁ ଜରୁରୀ ସେବା ବାଦ୍‍
ପରିଚୟପତ୍ର ଦେଖାଇ ଯାଇପାରିବେ I
2. ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା, ଶୋଭାଯାତ୍ରା ଉପରେ ଜାରିହେଲା କଟକଣା
3. ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତି ପାଳନ ହେବ I
4. ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା
5. ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତି ଦେଖି ନିଷ୍ପତ୍ତି ନେବେ
6. ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସିବେ

7. ବସରେ ଛିଡାହୋଇ ଯିବାକୁ ବାରଣ କଲେ ସରକାର
8. ଟ୍ୟାକ୍ସିରେ ଦୁଇ ଜଣ ଯାତ୍ରୀ ଯିବାକୁ ଅନୁମତି
9. ସିନେମାହଲରେ ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି
10. ଅପେରା, ଯାତ୍ରାରେ ୧୦୦୦ ଲୋକଙ୍କୁ ଅନୁମତି
11. ସରକାରୀ ଦପ୍ତର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ
12. ବେସରକାରୀ/ ବ୍ୟାଙ୍କ ଦପ୍ତରଗୁଡିକ କମ୍‍ କର୍ମଚାରୀରେ ଦପ୍ତର ଚଳାଇବାକୁ ନିର୍ଦ୍ଦେଶ

Leave A Reply

Your email address will not be published.