କଂଗ୍ରେସ ଛାଡ଼ି ବିଜେଡିରେ ମହେନ୍ଦ୍ର ନାଏକ : କାରଣ କଣ ହୋଇପାରେ?
- ଝାରସୁଗୁଡା//TATKAL ODISHA//
ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିକୁ ଡେଇଁଛନ୍ତି ଆଦିବାସୀ ନେତା ମହେନ୍ଦ୍ର ନାଏକ I
କଣ କାରଣ ହୋଇପାରେ ? କାହିଁକି ଦଳ ଛାଡ଼ିଲେ ??
2019 ନିର୍ବାଚନରେ ଶ୍ରୀ ନାଏକ କଂଗ୍ରେସ ଟିକେଟରୁ ଲଢ଼ି 18 ହଜାରରୁ ଅଧିକ ଭୋଟ ପାଇଥିଲେ ହେଁ ଅମାନତ ହରାଇଥିଲେ I
ପରେ ସେ କଂଗ୍ରେସରେ ଥିଲେ ବି ଦଳ ତାଙ୍କୁ ସେତେଟା ଗୁରୁତ୍ୱ ଦେଉ ନ ଥିଲା I
ଚର୍ଚ୍ଚାନୁସାରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଏକାନ୍ତ ଘନିଷ୍ଠ ଥିବା ମହେନ୍ଦ୍ର ବାବୁ ବିଜେଡିକୁ ଯିବାର ଏକ ପ୍ରମୁଖ କାରଣ ରହିଛି I ଝାରସୁଗୁଡା ନିର୍ବାଚନ କ୍ଷେତ୍ରରେ ପ୍ରାୟ 1.04 ଲକ୍ଷ ଭୋଟ ଗୋଁଣ୍ଡ ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ରହିଛି I ମହେନ୍ଦ୍ର ଯିବା ପରେ ବିଜେଡି ଏହି ଭୋଟ ହାତେଇବାକୁ ନଜର ଦେଇଛି I ହେଲେ ଗତ ନିର୍ବାଚନରେ ଆଦିବାସୀ ଭୋଟ ପାଇବାରେ ଅସଫଳ ହୋଇଥିବା ମହେନ୍ଦ୍ର ବାବୁ କେତେଦୂର ଏବେ ସଫଳ ହେବେ ତାହା ଏହି ଉପନିର୍ବାଚନରେ ହେବ ତାଙ୍କ ପାଇଁ ଅସଲ ପରୀକ୍ଷା I
ଦ୍ଵିତୀୟରେ ଏକ ଜମି କେଳେଙ୍କାରୀର ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲୁଛି I ଏଥିରୁ ମୁକୁଳିବାକୁ ସେ କଂଗ୍ରେସ ଛାଡ଼ି ଶାସକ ଦଳରେ ସାମିଲ ହୋଇଥିବା କଥା କୁହାଯାଉଛି I
ହେଲେ ଏହି ଚର୍ଚ୍ଚା କେତେଦୂର ସତ ତାହା ବିଚାର୍ଯ୍ୟ I ତେବେ ଏତିକି ସ୍ପଷ୍ଟ ଯେ’ ବିଜେଡି ଯେତିକି ଲାଭବାନ ନ ହେବ ମହେନ୍ଦ୍ର ବାବୁ ଅଧିକ ଫାଇଦାରେ ରହିବେ I