କଂଗ୍ରେସର ସମର୍ଥନ ଲୋଡ଼ିଲେ ‘ଟିମ ନବୀନ’

0
  • ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଣି ନିବେଦନ
  • ପିସିସି ସଭାପତି କହିଲେ, ଆମ ଆଭିମୁଖ୍ୟ ସ୍ପଷ୍ଟ କରିଛୁ

ଭୁବନେଶ୍ୱର//TATKAL ODISHA//

ଓଡ଼ିଆ ଝିଅ ତଥା ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବାପାଇଁ ରାଜ୍ୟର ସମସ୍ତ ବିଧାୟକ, ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି |

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ : ଓଡ଼ିଶା ଆସିବେ 8ରେ

ଏହି ମର୍ମରେ ମୁଖ୍ୟମନ୍ତ୍ରୀ’ଙ୍କ ନିର୍ଦେଶ କ୍ରମେ ଦଳର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଥିଲେ..

  • ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,
  • ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
  • ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

କଂଗ୍ରେସ ଦଳର ସମସ୍ତ ବିଧାୟକ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ‘ଟିମ ନବୀନ’ ଶରତ ବାବୁଙ୍କୁ ଅନୁରୋଧ କରିଛନ୍ତି |

ହେଲେ ଶ୍ରୀ ପଟ୍ଟନାୟକ କହିଥିଲେ, ବିଜେଡି ତାଙ୍କ ଆଭିମୁଖ୍ୟ କଥା କହିଛି I ଆମ ଦଳ ପୂର୍ବରୁ ତାର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି I ତେଣୁ ଏବର ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ ଖୁବଶୀଘ୍ର I

ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦ୍ରୌପଦୀଙ୍କୁ ସମର୍ଥନ ନେଇ ଘୋଷଣା କରିଥିଲେ I ଏପରିକି ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀ ପତ୍ର ଦାଖଲ ବେଳେ ବିଜେଡି ସରକାରର ଦୁଇ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ସହ ନାମାଙ୍କନରେ ଦସ୍ତଖତ କରିଥିଲେ I

ପରେ ଅନ୍ୟ ଦଳର ସାଂସଦ ଓ ବିଧାୟକଙ୍କୁ ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ I ଏବେ ପୁଣି ଦୋହରାଇଛନ୍ତି ଇ

Leave A Reply

Your email address will not be published.