ଓୟୁଏଟି କ୍ଵାଟରରେ ସହକାରୀ ପ୍ରଫେସରଙ୍କ ଝୁଲନ୍ତା ଶବ ଜବଦ

0
  • ଭୁବନେଶ୍ୱର//TATKAL ODISHA//

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ସହକାରୀ ପ୍ରଫେସର ବାସନ୍ତୀ ଜେନାଙ୍କ ମୃତଦେହ ତାଙ୍କ ଘର ଭିତରୁ ଜୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ଵା କିଏ ତାଙ୍କୁ ମାରି ଝୁଲାଇ ଦେଲେ ତାହା ଉପରେ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଛି I ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରିଛି ।

ମୃତ ବାସନ୍ତୀ ଜେନା ଥିଲେ ପ୍ରଫେସର ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପତିଙ୍କ ସହ ବାସନ୍ତୀ କାର୍ଯ୍ୟ କରୁଥିଲେ I

ବିଶ୍ୱବିଦ୍ୟାଳୟ ପରିସରସ୍ଥ କ୍ୱାର୍ଟର୍ସରେ ବି ରହୁଥିଲେ । ହେଲେ କେଉଁ କାରଣ ଯୋଗଁ ବାସନ୍ତୀ ମାଡାମ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ ।

ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଁଚି ବାସନ୍ତୀ ମାଡାମଙ୍କ ସଵାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଏବଂ ମୃତ୍ୟୁର ପ୍ରକୃତ କାରଣ ପୋଲିସ ବାହାର କରୁ ବୋଲି ଦାବି କରିଛନ୍ତି I

Leave A Reply

Your email address will not be published.