ଓଡ଼ିଶା ସୂଚନା ସେବା କ୍ୟାଡର ପୁନର୍ବିନ୍ୟାସ
ଭୁବନେଶ୍ୱର// TATKAL ODISHA//
ଓଡିଶା ସୂଚନା ସେବା ସଂବର୍ଗର ପୁନର୍ବିନ୍ୟାସ ହୋଇଛି I ରାଜ୍ୟ କ୍ୟାବିନେଟ ଏହା ଉପରେ ଅନମୋଦନ ଦେଇଛନ୍ତି I
ବିଭିନ୍ନ ବିଭାଗରେ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଲୋକଭିମୁଖୀ ଯୋଜନାଗୁଡିକ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ କାର୍ଯ୍ୟ। ଏହି ଲୋକ ସମ୍ପର୍କ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ମନ୍ତ୍ରୀମଣ୍ଡଳୀୟ ବୈଠକରେ ଓଡିଶା ସୂଚନା ସେବା ସଂବର୍ଗର ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହି ପୁନର୍ବିନ୍ୟାସ ଦ୍ବାରା ଓଡିଶା ସୂଚନା ସେବା ସଂବର୍ଗରେ ୬୧ଟି ପଦବୀ ସୃଷ୍ଟି ହେବ ସହ ୪ ଗୋଟି ପଦବୀ ଉଚ୍ଛେଦ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି ପୁନର୍ବିନ୍ୟାସ ସଂବର୍ଗକୁ କ୍ରିୟାଶୀଳ କରିବା ସହ ପଦୋନ୍ନତିର ସୁଯୋଗ ପ୍ରଦାନ କରିବ।
- ଉକ୍ତ ୬୧ଟି ପଦବୀରୁ, ୪୬ ଗୋଟି ପଦବୀ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରେ ସୃଷ୍ଟି କରାଗଲା, ଯାହା ମଧ୍ୟରୁ ୨୦ ଗୋଟି ପଦବୀ ରାଜ୍ୟ ର ୨୦ ଟି ଉପଖଣ୍ଡ ନିମନ୍ତେ, ୮ ଗୋଟି ପଦବୀ ବିଭିନ୍ନ ବିଭାଗରେ ଲୋକ ସମ୍ପର୍କ ଅଧିକାରୀ ନିମନ୍ତେ, ୨ ଗୋଟି ପଦବୀ ସାମାଳିକ ଗଣ ମାଧ୍ଯମ କାର୍ଯ୍ୟକଳାପ ନିମନ୍ତେ, ୬ ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ କାର୍ଯ୍ୟାଳୟ ନିମନ୍ତେ, 2 ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ଭୁବନେଶ୍ଵର ତଥା କଟକ ନଗର ନିଗମ ନିମନ୍ତେ ଏବଂ ୮ ଗୋଟି ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି (Leave, Training and Deputation) ନିମନ୍ତେ ଉଦ୍ଦିଷ୍ଟ ।
୧୦ ଗୋଟି ପଦବୀ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା- କନିଷ୍ଠ ଶାଖା) ସ୍ତରରେ ସୃଷ୍ଟି କରାଯାଇଛି।
- ୧୦ ଗୋଟି ପଦବୀ ମଧ୍ୟରୁ ୪ ଗୋଟି ପଦବୀ, ଯଥା- (୧) ମ୍ୟାନେଜେର ପବ୍ଲିକେସନ, (9) Stores Officer, (1) Research & Reference Officer, (୪) DIPRO, Rourkelaକୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରୁ ଉଚ୍ଛେଦ କରି ସୃଷ୍ଟି କରାଗଲା।
- ଅନ୍ୟ ୬ ଗୋଟି ପଦବୀ ଯଥା- ୧ ଗୋଟି ଲୋକ ସମ୍ପର୍କ ଅଧୁକାରୀ ପଦବୀ, ଓଡିଶା ବିଧାନ ସଭା ନିମନ୍ତେ, ୧ ଗୋଟି ପଦବୀ ସହକାରୀ ନିର୍ଦ୍ଦେଶକ (ସାମାଜିକ ଗଣମାଧମ) ଏବଂ ୪ ଗୋଟି ପଦବୀ ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ।
ଏହା ସହ ୨ଟି ଉପ ନିର୍ଦ୍ଦେଶକ ପଦବୀ, ୨ ଗୋଟି ଯୁଗ୍ମ ନିର୍ଦ୍ଦେଶକ ପଦବୀ ଏବଂ ୧ଟି ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି।