ଓଡ଼ିଶା ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଜୋନ୍‌ର କମିଶନର 2 ହେଲେ ଓଡ଼ିଆ ଝିଅ ମୌସୁମୀ ଲତା ପାଢ଼ୀ

0

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶା ପାଇଁ ପୁଣି ଏକ ଗର୍ବର ବିଷୟ । ଓଡ଼ିଆ ଝିଅ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଜୋନ୍‌ର କମିଶନର 2 ହୋଇଛନ୍ତି । ଏହି ପଦବୀକୁ ପଦୋନ୍ନତି ପାଇବାରେ ସେ ପ୍ରଥମ ଓଡ଼ିଆ ମହିଳା । ଏଥିସହ ସେ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠିର ପ୍ରଥମ ମହିଳା ଆୟୁକ୍ତ ହେବାର ବି ଏକ ବିରଳ କୃତୀତ୍ୱ ହାସଲ କରିଛନ୍ତି ।

ଏପ୍ରିଲ୍ ୧୯୯୩ରେ ଅନୁଷ୍ଠିତ ହୋଇଥିବା ୱମେନ୍ସ ଡେଭଲପ୍‌ମେଣ୍ଟ କର୍ପୋରେସନ୍ ବା ମହିଳା ବିକାଶ ନିଗମ ପରୀକ୍ଷାରେ ମୌସୁମୀ ଶୀର୍ଷସ୍ଥାନ ଅକ୍ତିଆର କରିଥିଲେ । ଏହାର ବର୍ଷକ ପରେ ଅର୍ଥାତ୍ ୧୯୯୪ରେ ସେ ଓଡ଼ିଶା ରାଜ୍ୟ ଇନ୍ସପେକ୍ଟର ଅଫ୍ ସପ୍ଲାଇଜ୍ ପରୀକ୍ଷାରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ସେ ନିଜ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଗୋଟିଏ ପରେ ଗୋଟିଏ ସଫଳତାର ଶିଢ଼ି ଚଢ଼ି ଚାଲିଛନ୍ତି I

ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଜଣେ ବ୍ୟକ୍ତଙ୍କୁ ଶିକ୍ଷିତ କରିବା ଜରୁରୀ: ମୌସୁମୀ

ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଜୋନ୍‌ର ଦ୍ୱିତୀୟ କମିଶନର ହେବା ପୂର୍ବରୁ ସେ ଓଡ଼ିଶାର ପ୍ରଥମ ମହିଳା ଡିଆର ଏନ୍‌ଫୋର୍ସମେଣ୍ଟ ଓ ପ୍ରଥମ ଓଡ଼ିଆ ମହିଳା ଆସିଷ୍ଟାଣ୍ଟ ପିଏଫ୍ କମିଶନର ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି ପ୍ରଶଂସା ସାଉଁଟିଛନ୍ତି ।

ମୌସୁମୀ ଏହି ଅବସରରେ ‘TATKAL ODISHA ’କୁ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଜଣେ ବ୍ୟକ୍ତଙ୍କୁ ଶିକ୍ଷିତ କରିବା ଜରୁରୀ । ଏହି ମହତ୍ ଉଦ୍ଦେଶ୍ୟର ରଖି କାର୍ଯ୍ୟ କଲେ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଉନ୍ନତି ହୋଇଯିବ।

Leave A Reply

Your email address will not be published.