ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି

0

ଭୁବନେଶ୍ୱର//TATKAL ODHISHA//

ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଠିତ ହେବ ଉଚ୍ଚସ୍ତରୀୟ କମିଟି । ଏଥିରେ ଉଭୟ ରାଜ୍ୟର ଉଚ୍ଚ ଅଧିକାରୀ ଓ ବିଶେଷଜ୍ଞମାନେ ସଦସ୍ୟ ରହିବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ ମଧ୍ୟରେ ସାକ୍ଷାତ ଆଲୋଚନା ପରେ ଏହି କଥା ଜଣାପଡ଼ିଛି ।


 ମଙ୍ଗଳବାର ସନ୍ଧ୍ୟାରେ ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । କୋଟିଆ ସୀମା ବିବାଦ, ପୋଲାଭରମ୍ ସହ ନେରେଡି ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

 ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ସନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିମାନବନ୍ଦର ଯାଇ ଆନ୍ଧ୍ରପ୍ରଦେଶ ଫେରି ଯାଇଥିଲେ ଜଗନ ମୋହନ ରେଡ୍ଡୀ ।

 ଅପରାହ୍ଣ ୪ଟା ୩୦ରେ ଜଗନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ସେ ରାଜ୍ୟ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେବା ପରେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.