ଓଡ଼ିଶାର ବିକାଶ ହେବ ଅକଳ୍ପନୀୟ : ମୋଦୀ

0

ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଉଦଘାଟିତ 

– ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ସ୍ବପ୍ନ ସାକାର ହେବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ 

 ଭୁବନେଶ୍ୱର// TATKAL ODISHA//

ଭାରତର ବିକାଶ ତୀବ୍ର ବେଗରେ ଆଗକୁ ଗତିକରୁଛି I ସାରାବିଶ୍ୱରେ ଭାରତ ତୃତୀୟ ସର୍ବବୃହତ୍ତ ଅର୍ଥନୀତି ହେବାକୁ ଯାଉଛି I ବିକଶିତ ଭାରତର ଓଡ଼ିଶା ହେବ “ଗ୍ରୁଥ ଇଞ୍ଜିନ” I  ଓଡ଼ିଶାରେ ସମ୍ଭାବନାର (opportunity) ସୂର୍ଯ୍ୟ ଉଦୟ ହୋଇଛି I ପୁଞ୍ଜି ନିବେଶ ପାଇଁ ଓଡ଼ିଶା  ‘ଵେଷ୍ଟ ଡେଷ୍ଟିନେସନ’ I ଫଳରେ ପୂର୍ବ ଭାରତର ସ୍ୱପ୍ନ ସାକାର ହେବ I ଭିତିଭୂମି ବିକାଶ ସହ ଓଡ଼ିଶା ବିକାଶ ଶୀର୍ଷରେ ପହଂଚିବ, ଯାହାକୁ କେହି କେବେ କଳ୍ପନା କରିପାରିବେ ନାହିଁ I ଓଡ଼ିଶା ସମୃଦ୍ଧ ହେବ, ଓଡ଼ିଶା ଉତ୍କର୍ଷ ହେବ I 

ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ଉଦଘାଟନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

   ସୋମବାର ଠାରୁ ଭୁବେନଶ୍ୱରର ଜନତା ମଇଦାନରେ ଦୁଇ ଦିନ ଧରି ଆୟୋଜିତ ହୋଇଛି। ୨୦୨୫ ଜାନୁଆରୀ  ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି  ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡିଶାର ପୁଂଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର୍ଯ୍ୟକ୍ରମ । ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ ।

“ମୁଁ ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାକୁ ୩୦ ଥରରୁ ଅଧିକ ବାର ଆସିଛି। ସ୍ଵାଧୀନତା ପରର ସବୁ ପ୍ରଧାନମନ୍ତ୍ରୀଙ୍କୁ ମିଶାଇଲେ ବି ତା ଠାରୁ ଅଧିକ ହେବ”- ପ୍ରଧାନମନ୍ତ୍ରୀ

   ଜୟ ଜଗନ୍ନାଥଙ୍କ ନାମକୁ ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଯେତେ ସମୃଦ୍ଧ, ଶିଳ୍ପ ଜଗତରେ ବି ସେମିତି ସମୃଦ୍ଧ ହେବାକୁ ଯାଉଛି I ଅତୀତରେ ଜାଭା, ସୁମାତ୍ରା, ବାଲି ଭଳି ଦେଶ ସହ ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ବ୍ୟବସାୟ ଉନ୍ନତ ଥିଲା I ସେହି ସ୍ମୃତିରେ କଟକରେ ପ୍ରତିବର୍ଷ ବାଲିଯାତ୍ରା ହେଉଛି I ଏବେ ପୁଣି ଥରେ ସେହି ସମୃଦ୍ଧ ବ୍ୟବସାୟିକ ପରମ୍ପରାକୁ ପୁନର୍ଜୀବିତ କରିବାକୁ ଯାଉଛି ଓଡ଼ିଶା I 

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଏଭଳି ବିଶ୍ୱସ୍ତରୀୟ କନକ୍ଲେଭ ଆୟୋଜିତ ହୋଇଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବୋୟୋଟେକ୍ନୋଲାଜି ଓ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମେ ଜୋର ଦେଉଛୁ। 

“ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ, କୁମାର ମଙ୍ଗଳମ ବିର୍ଲା, ଟାଟା ସିଏମଡି ଟିଭି ନରେନ୍ଦ୍ରନ, ଜେସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ, Jsw ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, IOCL ଅଧ୍ୟକ୍ଷ ଏଏସ ସାହାନେ ଦେଲେ ଭିଡିଓ ବାର୍ତ୍ତା”

   ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦ୍ୟୋୟ ସ୍ବପ୍ନକୁ ସାକାର କରିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ରାଜ୍ୟରେ ପରିଣତ କରିବା ଆମର ଲକ୍ଷ୍ୟ। ଦୀଘର୍ସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ଲାଭ ଯେପରି ରାଜ୍ୟର କୋଣ ଅନେୁକାଣରେ ପହଂଚି ପାରିବ ତାହା ସୁନିଶ୍ଚିତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ବିଶେଷକରି  ଗ୍ରିନ୍ ହାଇଡ୍ରୋଜେନ୍‌, ଗ୍ରିନ୍ ଆମୋନିଆ ଓ ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ଆଗୁଆ ପଦେକ୍ଷପ ନେଇ ରାଜ୍ୟ ସବୁଜ ଶକ୍ତି ଓ ସ୍ଥାୟୀ ଜ୍ଞାନକୌଶଳ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି।

 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭବିଷ୍ୟତ ହେଉଛି ଏହାର ଶିଳ୍ପ ଭିତ୍ତିଭୂମିରେ ବିବିଧତା ଆଣିବା । କେବଳ ଉଚ୍ଚ ଅଭିବୃଦ୍ଧି ନୁହେଁ ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ଶିଳ୍ପର ଉପଯୋଗ କରିବା। ଆମ ସରକାର ରାଜ୍ୟରେ ପୁଞ୍ଜିନେିବଶ, ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। 

Leave A Reply

Your email address will not be published.