ଓଡ଼ିଶାରେ ଟ୍ରାକ୍ଟର ବିକ୍ରି ଦେଶରେ ସର୍ବାଧିକ

0

ଭୁବନେଶ୍ୱର //TATKAL ODISHA//

କୃଷି ଯାନ୍ତ୍ରିକକରଣକୁ ଓଡ଼ିଶାର ଚାଷୀ ପ୍ରାଧାନ୍ୟ ଦେଉଛନ୍ତି I ଫଳରେ ଦେଶରେ ସର୍ବାଧିକ ଟ୍ରାକ୍ଟର ଓଡ଼ିଶାରେ ବିକ୍ରି ହୋଇଛି। ରାଜ୍ୟରେ କୋଲ୍ଡଚୋନ ଜରିଆରେ ଖାଦ୍ୟଶସ୍ୟର ମୂଲ୍ୟଯୁକ୍ତ କରିବା ସହ ହାଇବ୍ରିଡ଼ କୋଲ୍ଡ ଷ୍ଟୋର ପ୍ରତିଷ୍ଠା କରାଯିବ ବୋଲି ଡଃ ଅରବିନ୍ଦ ପାଢୀ ପ୍ରକାଶ କରିଛନ୍ତି।

ସୋମବାର ବିହନ ନିଗମର ୪୬ ତମ ବାର୍ଷିକ ସାଧାରଣ ଅଧିବେଶନ ହୋଇଯାଇଛି I ଏହି ଅବସରରେ ଡ଼ ପାଢ଼ୀ କହିଛନ୍ତି ଯେ,2023-୨୦୨୪ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ବିହନ ନିଗମ ୪.୫ କୋଟି ଟଙ୍କା ଲାଭ କରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ପ୍ରମୁଖ ସଚିବ ତଥା ବିହନ ନିଗମ ର ଅଧକ୍ଷ ଡଃ ଅରବିନ୍ଦ ପାଢୀ କହିଛନ୍ତି।

“2023-୨୦୨୪ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ବିହନ ନିଗମ ୪.୫ କୋଟି ଟଙ୍କା ଲାଭ କରିଛି”

ଡ଼ ପାଢ଼ୀ କହିଛନ୍ତି ଯେ, ବିହନ ନିଗମ ତାର ବ୍ୟବସାୟକୁ ୩୦୭ କୋଟି ଟଙ୍କା ରେ ପହଞ୍ଚାଇ ପାରିଛି। ଚଳିତ ବର୍ଷ ନିଗମ ୩୫୦ କୋଟି ଟଙ୍କାର ବ୍ୟବସାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି। ୨୦୨୪- ୨୫ ବର୍ଷରେ ନିଗମ ୩ ଲକ୍ଷ ୫୦ ହଜାର କ୍ଵିଣ୍ଟାଲ ଧାନ ବିହନ ଏବଂ ୭୫ ହଜାର କ୍ଵିଣ୍ଟାଲ ଅଣଧାନ ବିହନ ଉତ୍ପାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି।ବିହନ ଉତ୍ପାଦନ ଏବଂ ମାର୍କେଟିଂରେ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରାଯିବ ଏବଂ ରାଜ୍ୟ ଭିତରେ ବିହନ ଉତ୍ପାଦନ କରି ବାହାର ରାଜ୍ୟକୁ ବିହନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡଃ ପାଢୀ କହିଛନ୍ତି।ରାଜ୍ୟରେ ଉତ୍କୃଷ୍ଟ ମାନର ବିହନ ଉତ୍ପାଦନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟରେ ଚାଷୀମାନଙ୍କର ହାରାହାରି ବୟସ ୪୬ ବର୍ଷ ହୋଇଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି। ଯୁବକ ମାନେ ଚାଷ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା କୁ ଆହ୍ବାନ ଦେଇଛନ୍ତି। ରାଜ୍ୟ ରେ ଦେଖାଦେଇଥିବା ଆଳୁ ସମସ୍ୟା କୁ ଦୂର କରିବାପାଇଁ ଆସନ୍ତା ରବି ଋତୁରେ ଚାଷୀ ମାନଙ୍କୁ ୨ ଲକ୍ଷ କ୍ଵିଣ୍ଟାଲ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତିି।

ଓଡ଼ିଶା ରାଜ୍ୟ ବିହନ ନିଗମ ର ୪୬ ତମ ସାଧାରଣ ଅଧିବେଶନ ରେ ନିଗମର ଅଂଶଧନକାରୀ ଚାଷୀ ମାନଙ୍କ ସହିତ ନିଗମର ପରିଚାଳନା ନିର୍ଦ୍ଦେଶିକ ଭବେଷ ନାୟକ ଅଂଶଧନକାରୀ ଚାଷୀ ନିର୍ଦେଶକ ଅଶୋକ ବରାଳ, ବିହନ ପ୍ରମାଣୀକରଣ ସଂସ୍ଥାର ନିର୍ଦେଶକ ନାରାୟଣ ଉପାଧ୍ୟାୟ ଏବଂ ଓୟୁଏଟି ର ଡିନ ରିସର୍ଚ୍ଚ ସୁସେନ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ବିହନ ଉତ୍ପାଦନକାରୀ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.