ଓଡ଼ିଶାରେ କାନିମୋଝି : ନବୀନ ନିବାସରେ ଭେଟିଲେ ନବୀନଙ୍କୁ..

0

  • ଭୁବନେଶ୍ୱର//TATKALODHISHA//

ଗ୍ରାମାଞ୍ଚଳର ତଥା ଗରିବ ପରିବାରର ଛାତ୍ରଛାତ୍ରୀମାନେ ନିଟ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା ପାଇଁ  ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝି କରୁଣାନିଧି ଓଡ଼ିଶା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କନିମୋଝି ଭେଟି ଆଲୋଚନା କରୁଛନ୍ତି… ମଝିରେ ବସିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ

   ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି ଶ୍ରୀମତୀ କନିମୋଝି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍ କେ ଷ୍ଟାଲିନଙ୍କ ଏକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି I ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନ ତାଙ୍କ ଚିଠିରେ ନିଟ୍‍ ୟୁଜି ପରୀକ୍ଷାରେ ପାଶ୍‍ କରିବାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ସମ୍ପର୍କରେ  ନବୀନଙ୍କ  ଦୃଷ୍ଟି ଆକର୍ଷଣ କରିଛନ୍ତି । 

 ଶ୍ରୀମତୀ କହିଥିଲେ, ଗ୍ରାମାଞ୍ଚଳର ତଥା ଗରିବ ପରିବାରର ଛାତ୍ରଛାତ୍ରୀମାନେ ନିଟ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ତାହା ତୁରନ୍ତ ସମାଧାନ ହେବା ଜରୁରୀ I 

  ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି I ସେ ପୁଣି କହିଛନ୍ତି ଯେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ I ନିଟ୍‍, ଆଇଆଇଟି ଏବଂ ୟୁପିଏସ୍‍ସି ପରୀକ୍ଷା ପରିଚାଳନାକୁ ନେଇ ଅପହଞ୍ଚ ଇଲାକାରେ  କରିବାର ବେଳ ଆସିଛି I ଏନେଇ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ।ଏପରିକି ଅନ୍ୟ ଜାତୀୟ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବା ଉପରେ ବି ସେ ଗୁରୁତ୍ୱାରୋପ କରିଥିଲେ I  

Leave A Reply

Your email address will not be published.