ଓଡ଼ିଆ ଭାଷା ସରକାରୀ କାର୍ଯ୍ୟାଳୟର ଭାଷା ହେବା ଉଚିତ

0

  • ପୁନେ ଲୋହେଗାଁ ଅନ୍ତରାଷ୍ତ୍ରୀୟ ମାତୃଭାଷା ଦିବସ ସମାରୋହ – ୨୦୨୨
  • ପୁନେ //TATKAL ODISHA//
  • ରିପୋର୍ଟ // ବସନ୍ତ କୁମାର ମିଶ୍ର 

ମାତୃଭାଷା ହିଁ ମଣିଷର ଅସଲ ପରିଚୟ I ଭାଷା ବିନା ମଣିଷ ତାର ଭାବର ଆଦାନ ପ୍ରଦାନ କରିପାରିବ ନାହିଁ I ଯେଉଁ ମାତୃ ଭାଷା ଯେତେ ସମୃଦ୍ଧ, ସେହି ଜାତି ସେତେ ଉନ୍ନତ I ତେଣୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆମକୁ ଦୃଢ଼ ସ୍ୱର ଉତ୍ତୋଳନ କରିବାକୁ ହେବ | ଓଡ଼ିଆ ଭାଷା ସରକାରୀ କାର୍ଯ୍ୟାଳୟର ଭାଷା ହେବା ଉଚିତ I ଏହାକୁ କୃତି ଓ ବୃତ୍ତିର ଭାଷା କରିବା ଜରୁରୀ I  

ପୁନେର ଲୋହେଗାଁ ସ୍ଥିତ ଶ୍ରୀ ଶ୍ରୀ ଜଗଦଗୁରୁ ଅନ୍ତରାଷ୍ତ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣରେ ଅନ୍ତରାଷ୍ତ୍ରୀୟ ମାତୃଭାଷା ଦିବସ ଉପଲକ୍ଷେ ସମସ୍ତ ‘ଓଡ଼ିଆ ପ୍ରବାସୀ ଶ୍ରୀଜଗନ୍ନାଥ କମିଟି’ ଦ୍ଵାରା ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି I  

ଉକ୍ତ ସମାରୋହରେ ବୟୋଜ୍ୟେଷ୍ଠ  ଓଡ଼ିଆ ପ୍ରବାସୀ  ଲଡୁକିଶୋର ସାହୁ ସଂକ୍ଷେପରେ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।


ସମାରୋହରେ ଶ୍ରୀଜଗନ୍ନାଥ କମିଟିର  ବିଶିଷ୍ଟ ସଭ୍ୟ ବସନ୍ତ କୁମାର ମିଶ୍ର, ବସନ୍ତ କୁମାର ଜେନା, ଶାନ୍ତନୁ ନାୟକ, ରଘୁରାମ ପଟନାୟକ, ଭାସ୍କର ଚନ୍ଦ୍ର ଜେନା, ଅନ୍ତର୍ଯ୍ୟାମୀ ସାହୁ, ଗୋକୁଳ ନନ୍ଦ ଜେନା ତଥା ମାନସ ରଞ୍ଜନ ସ୍ୱାଇଁଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ସଫଳତା ସହ ଅନୁଷ୍ଠିତ ହୋଇ ଥିଲା।ଉକ୍ତ କାର୍ଯ୍ୟକ୍ରମକୁ ବିଧାୟକ, ସମାଜ ସେବୀ ତଥା ଉପସ୍ଥିତ ଦର୍ଶକ ମଣ୍ଡଳୀ ବହୁତ ପ୍ରଶଂସା କରିଥିଲେ।ସର୍ବ ଶେଷରେ ଉପସ୍ଥିତ ଅତିଥି ଗଣ ଆଗାମୀ ବର୍ଷମାନଙ୍କରେ ଏହି ଭଳି ସମାରୋହ ପାଳନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ।


ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ  ସୁନୀଲ ବିଜୟରାଓ ଟିଙ୍ଗ୍ରେ, ଯୁବ ନେତା ସମାଜ ସେବୀ  ବନ୍ଦୁ ଭାଉ ସାହାଜୀ ଖାଣ୍ଡୱେ ତଥା ଅନ୍ୟାନ୍ୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।


ଶ୍ରୀଜଗନ୍ନାଥ କମିଟି ଦ୍ଵାରା ଏକ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ “ସମର୍ପଣ” ଓଡ଼ିଆ କଲ୍ଚରାଲ ଫେଷ୍ଟ, ଲୋହେଗାଁ – ୨୦୨୨ ଉପସ୍ଥାପିତ ହୋଇ ଯାଇଅଛି।

Leave A Reply

Your email address will not be published.