ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର

0
  • କଟକ, ଭୁବନେଶ୍ୱର//TATKAL ODISHA//

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷା-୨୦୨୨ର ଫଳ ପ୍ରକାଶ ପାଇଛି। ଏଥିରେ ଟପ୍ପର ହୋଇଛନ୍ତି ଶ୍ୱେତାଶ୍ରୀ ମହାପାତ୍ର I

ସୂଚାନୁସାରେ ଓଏଏସ ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଶୀର୍ଷ ୧୦ ନମ୍ବରରେ ୫ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି।

ଟପ୍ପର ହୋଇଥିବା ଶ୍ୱେତାଶ୍ରୀ ପ୍ରଥମ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଜାତୀୟ ପ୍ରଦ୍ଦ୍ୟୋଗିକୀ ପ୍ରତିଷ୍ଠାନ (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍ ଆଣ୍ଡ ଟେଲି କମ୍ୟୁନିକେସନ୍ ବିଷୟରେ ବିଟେକ୍ ଅଧ୍ୟୟନ କରିଛନ୍ତି। ଚାକିରି ଛାଡ଼ି ଓଏଏସ୍ ପାଇଁ ପ୍ରସ୍ତୁତି କରି ଏହି ସଫଳତା ହାସଲ କରିଛନ୍ତି।

Leave A Reply

Your email address will not be published.