ଏସିଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ :’ଲାଏ ଡିଟେକ୍ସନ’ ଟେଷ୍ଟ’ ରିପୋର୍ଟକୁ ନେଇ ତନାଘନା

0
  • ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କର : ସୌମ୍ୟଙ୍କ ବାପା
  • କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଲେ, ତର୍ଜମା ଚାଲିଛି 

ଭୁବନେଶ୍ୱର//TATKAL ODISHA//


ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ପ୍ରମୁଖ ଅଭିଯୁକ୍ତଙ୍କ ହୋଇଥିବା ‘ଲାଏ ଡିଟେକ୍ସନ‘ ଟେଷ୍ଟ ରିପୋର୍ଟ ଆସିଛି। ହେଲେ ତର୍ଜମା ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସ୍ପଷ୍ଟ କରିଛନ୍ତି I

ବିବାଦର ଅଡୁଆ ସୁତା…


     ବୁଧବାର ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି ଯେ,  ପାରଳାଖେମୁଣ୍ଡି ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ‘ଲାଏ ଡିଟେକ୍ସନ ଟେଷ୍ଟ’ ହୋଇଥିଲା I ଉକ୍ତ ରିପୋର୍ଟ ଆସିଛି । ୩ ଜଣଙ୍କ ଏହି ଲାଏ ଡିଟେକ୍ସନ ରିପୋର୍ଟକୁ କ୍ରାଇମ ବ୍ରାଞ୍ଚ ପକ୍ଷରୁ ତନ୍ନ ତନ୍ନ କରି ତଜର୍ମା କରାଯାଉଛି। ସେମାନଙ୍କର ପୂର୍ବ ବୟାନ ଓ ଲାଏ ଡିଟେକ୍ସନରେ କହିଥିବା ବୟାନ ମଝିରେ କେତେ ଫରକ ଅଛି ତାହା ବିଚାର କରାଯଉଛି I
ଅପରପକ୍ଷର ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ଜାଣିଶୁଣି ଜଟିଳ କରାଯାଉଛି I ମୁଖ୍ୟ ଅଭିଯୁକ୍ତ ବିଦ୍ୟାଭାରତୀଙ୍କୁ କାହିଁକି ଗିରଫ କରାଯାଉନି ଟେକି ଆମର ସନ୍ଦେହ ସୃଷ୍ଟି ହେଉଛି l ତେଣୁ ବିଧ୍ୟାଭରତୀଙ୍କ ସହ ଡିଫଓଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସୌମ୍ୟଙ୍କ ପିତା ଦାବି କରିଛନ୍ତି I ଏଥିସହ ଗଜପତି ଡିଏଫଓଙ୍କୁ ବଦଳି ସହ ଅନ୍ୟମାନଙ୍କୁ ମାମଲାରେ ପକ୍ଷଭୁକ୍ତ କରିବା ଦିବାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ସେ ଦାବିପତ୍ର ଦେଇଛନ୍ତି I ଦୁଇ ମାସ ପରେ ବି ପୁଅର ମୃତ୍ୟୁ ରହସ୍ୟ ପୋଲିସ କି କ୍ରାଇମବ୍ରାଞ୍ଚ ଭେଦି ନପାରିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

  • ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ

ପତି, ପତ୍ନୀ ଔର ଓଃ !!

ପତି, ପତ୍ନୀ ଔର ଓଃ !!

Leave A Reply

Your email address will not be published.