ଏପ୍ରିଲ ୧୯: ବଡ଼ ଧମାକା ଅପେକ୍ଷାରେ ବିଜେଡି?

0
  • ନିର୍ବାଚନ ନାଁକୁ, ହେବ ନୂଆ ସଭାପତି ନାଁ ଘୋଷଣା?
  • ନବୀନ ପଦ ଛାଡ଼ି ଅନ୍ୟକୁ ଦେଇପାରନ୍ତି ସଭାପତି ଦାୟିତ୍ୱ!!
  • ବରିଷ୍ଠଙ୍କୁ ବିଦା କରିବା ମୋଡ଼ରେ କୋଟେରୀ ଗୋଷ୍ଠୀ
  • ଦଳ ଦୁଇ ଫାଳ ହେବା ସମ୍ଭାବନା, ବିଜେପି ସହ ଗୋଟିଏ ଗୋଷ୍ଠୀ?

ଭୁବନେଶ୍ୱର,//TATKAL ODISHA//

କ୍ଷମତାରେ ନ ଥାଇ ବି ବିଜେଡି ରାଜନୀତିରେ ଘଡିକେ ଘୋଡ଼ା ଛୋଟୁଛି I କେତେବେଳେ କ’ଣ ହେବ ଓ କେଉଁ ଦିଗକୁ ଗତି କରିବ କହିବା ମୁସ୍କିଲ I

  • ଦଳର ନୂଆ ସଭାପତି କିଏ ହେବେ?
  • ନବୀନ ରହିବେ ନା’ ଆଉ କାହାକୁ କରିବେ? ସେ ସୁଜାତା କାର୍ତ୍ତିକେୟନ କି??ତାକୁ ନେଇ ଆରମ୍ଭ ହୋଇଛି ଦଳ ଭିତରେ ଗୁଞ୍ଜରଣ I

ଏପ୍ରିଲ ୧୯ ପରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ I ବିଜେଡିରେ ହେବ ବଡ଼ ପରିବର୍ତ୍ତନ I ନୂଆ ସଭାପତିଙ୍କ ନାଁ ଘୋଷଣା ହେବ I

ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ନାମାଙ୍କନ ଦାଖଲ ସରିବ। ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ। ନାମାଙ୍କନ ଦାଖଲ ନ ହେଲେ କାର୍ଯ୍ୟକାରିଣୀରେ ଏସଆରଓ ପ୍ରତାପ ଦେବ ସଭାପତିଙ୍କ ନାଁ ଘୋଷଣା କରିବେ।

“ବିଜେଡି ପକ୍ଷରୁ ଅନୁଷ୍ଠାନିକ କିଛି କୁହାଯାଇ ନାହିଁ..କିଛି ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଛି “

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହୁ କହୁ ଅନେକ କଥା ଇଙ୍ଗିତରେ କହି ଦେଇଛନ୍ତି I ସେ କହିଛନ୍ତି ଯେ, ସାତଟି ପର୍ଯ୍ୟାୟ ସାଙ୍ଗଠନିକ ନିର୍ବାଚନରୁ ଅଧିକାଂଶ ଶେଷ ହୋଇଛି। ୧୬ ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହା ପରେ କାର୍ଯ୍ୟାକାରିଣୀ କମିଟି ଓ ସଦସ୍ୟ ନିର୍ବାଚିତ ହେବେ। ଏପ୍ରିଲ ୧୯ରେ ରାଜ୍ୟ ସଭାପତି ନିର୍ବାଚନ ନହେଲେ ସେହିଦିନ ସଭାପତି ନାଁ ଘୋଷଣା ହେବ।

TATKAL ODISHA ପକ୍ଷରୁ ଏନେଇ ଅନୁସନ୍ଧାନ କରାଯାଇଛି I ବିଶେଷକରି “ବିଜେଡିକୁ ହଇଜାକ” କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି ବୋଲି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବଡ଼ ବୟାନ ଉପରେ ବି ତର୍ଜମା ହୋଇଛି I ଅନୌପଚାରିକ ସୂତ୍ରରୁ ଯାହା ଜଣାପଡୁଛି…

  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାପତି ପଦ ଛାଡ଼ି ଅନ୍ୟକୁ ଦେଇପାରନ୍ତି ଏହି ଗୁରୁ ଦାୟୀତ୍ୱ I ପ୍ରାୟତଃ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ବିଜେଡିର ନୂଆ ସଭାନେତ୍ରୀ ହୋଇପାରନ୍ତି I
  • ବିଜେଡିର ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କୁ ବିଦା କରିବା ମୋଡ଼ରେ କୋଟେରୀ ଗୋଷ୍ଠୀ ଏବେ ସକ୍ରିୟ ଥିବା ଚର୍ଚ୍ଚା ଜୋର ଧରିଛି I ଯେଉଁମାନେ “କମ୍ପ୍ରୋମାଇଜ” କରିବେ ସେମାନଙ୍କୁ ଦଳରେ ରଖାଯିବ I ଅନ୍ୟମାନେ ଆପଣା ଛାଏଁ ଦଳ ଛାଡ଼ି ଚାଲିଯିବେ I ବୟସ ଅଧିକ ଦୃଷ୍ଟିରୁ ଓ ରାଜନୈତିକ ବାଧ୍ୟ ଭାଧକତା କାରଣରୁ ଆଉ କିଛି ନେତା ମୁହଁ ଜାକି ରହିବାକୁ ବାଧ୍ୟ ହେବେ I
  • ତେବେ ଚର୍ଚ୍ଚା ଅନୁସାରେ ଦଳ ଦୁଇ ଫାଳ ହେବାର ରାସ୍ତା ପ୍ରଶସ୍ତ ହେଉଛି …ବରିଷ୍ଠ ଗୋଷ୍ଠୀ କଂଗ୍ରେସ ବା ନୂଆ ଆଞ୍ଚଳିକ ଦଳ ଗଠନ କରି ନିଜର ପରିଚୟ ଖୋଜିବେ ଏବଂ ନୂଆ ସଭାପତିଙ୍କ ନୂଆ ଟିମ ବିଜେପି ସହ ମିଶି ରାଜନୀତି କରିବାର ଯଥେଷ୍ଟ ସମ୍ଭାବନା ରହିଛି I ଏପରି ବି ହୋଇପରେ ସେମାନେ ସମର୍ଥନ ଦେଇ ସରକାରରେ ସାମିଲ ହୋଇ ପାରନ୍ତି I
  • ଯଦି ଏହି ଚର୍ଚ୍ଚା ସତ ହୁଏ ତାହାଲେ ରଣେନ୍ଦ୍ର ସ୍ୱାଇଁଙ୍କ ଆଶଙ୍କା 100% ଶତ ହେବ I

ଫୋକସରେ ନବୀନ: କେଉଁ ନିଷ୍ପତ୍ତି ନେବେ?

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ ।ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁ ବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ନବୀନ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ କାର୍ଯ୍ୟଭାର ତୁଲାଉଥିଲେ। ଗତ ନିର୍ବାଚନରେ ସେ ଏକାଥରେ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଛିଡ଼ା ହୋଇଥିଲେ ହେଁ ଗୋଟିଏ କେବଳ ହିଞ୍ଜିଳିରେ ବିଜୟୀ ହୋଇଥିଲେ I ସରକାର ବି ହାତରୁ ଚାଲି ଯାଇଥିଲା I ବିଜେପି କ୍ଷମତାସୀନ ହେବା ପରେ ବିଜେଡିର ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି I ଦଳରେ ଅଭ୍ୟନ୍ତରୀଣ କନ୍ଦଳ ସଭାପତି ଚୟନ /ନିର୍ବାଚନ ନେଇ ବଢ଼ିବାରେ ଲାଗିଛି I

ଆଉ ଚାରି ଦିନ ପରେ ବିଜେଡିର ଭବିଷ୍ୟତ ସ୍ଥିତି କ’ଣ ହେବ ସ୍ପଷ୍ଟ ହୋଇ ଯିବ I ଦେଖାଯାଉ ନବୀନ କେଉଁ ନିଷ୍ପତ୍ତି ନେବେ ତାହା ଦେଖିବାକୁ ବାକି ରହିଲା I(କ୍ରମଶଃ)

Leave A Reply

Your email address will not be published.