ଏପ୍ରିଲ୍ ୨୯ରୁ ମାଟ୍ରିକ ପରୀକ୍ଷା

0
  •  ମେ ୬ ଯାଏ ପରୀକ୍ଷା ଚାଲିବ
  • ନିଜ ସ୍କୁଲରେ ପରୀକ୍ଷା ପରିଚାଳନା
  • ପାଖ ସ୍କୁଲ ଶିକ୍ଷକ ନିୟୋଜିତ ହେବେ

ଭୁବନେଶ୍ୱର//TATKAL ODISHA//:


ଏପ୍ରିଲ୍ ୨୯ରୁ ମାଟ୍ରିକ ପରୀକ୍ଷା ହେବ I ତାହା ମେ ୬ ଯାଏ ଚାଲିବ I


  ଶୁକ୍ରବାର ଏହି  ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ଯେ,ଅଭିଭାବକ ସଂଘ ଏବଂ ମାଧ୍ୟମିକ ଶିକ୍ଷକ ପରିଷଦ ମଧ୍ୟରେ ଆଲୋଚନା ପରେ ସରକାରୀସ୍ତରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି I

ଚଳିତ ଥର ସମେଟିଭ୍‌-୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏଥର ସମେଟିଭ୍‌-୨କୁ ବାଧ୍ୟତାମୂଳକ କରାଯାଇଛି ।  ସମେଟିଭ୍‌-୩ ପରୀକ୍ଷା ମଧ୍ୟ ହେବ I ଏହି  ୩ଟି ପରୀକ୍ଷାର ସମସ୍ତ ମାର୍କକୁ ଭିତ୍ତି କରି ମୂଲ୍ୟାୟନ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ପରୀକ୍ଷା ହେବ ଏବଂ  ପ୍ରତିଦିନ ଦୁଇଟି ବିଷୟ ଅପେକ୍ଷା ଗୋଟିଏ ଲେଖାଏଁ ପରୀକ୍ଷା କରାଯିବ I 

ଶ୍ରୀ ମହାପାତ୍ର କହିଛନ୍ତି ଯେ,ପରୀକ୍ଷା ଗୁଡ଼ିକ ନିଜ ସ୍କୁଲ୍‌ରେ ପରୀକ୍ଷା କରାଯିବ I ଯଦି ନିଜ ସ୍କୁଲ୍‌ରେ କିଛି ଅସୁବିଧା ହୁଏ ତାହେଲେ ନିକଟବର୍ତ୍ତୀ ସ୍କୁଲ୍‌ରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି I ହେଲେ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ୍‌ର ଶିକ୍ଷକମାନେ ନିୟୋଜିତ ହେବେ ।

Leave A Reply

Your email address will not be published.