ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ମନମାନୀ ଅଭିଯୋଗ :ବଦଳି ଦାବିରେ ଗଣଧାରଣା

0
  • କେସିଙ୍ଗା// TATKAL ODISHA//

ବର୍ତ୍ତମାନ କେସିଙ୍ଗା ଏନ୍ଏସିରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀଙ୍କ ମନମାନୀ ଅସହ୍ୟ I ମନମୁଖୀ ଭାବେସେ କାର୍ଯ୍ୟ କରୁଛନ୍ତି I ସେଥିପାଇଁ ଲୋକେ ଖପ୍ପା I

ତେବେ କେସିଙ୍ଗା ଏନଏସି EO କାହା ବଳରେ ବାଲିଆନ?

ପ୍ରତିବାଦରେ ଆଜି ବିକାଶ ମଞ୍ଚ ଆହ୍ବାନ କ୍ରମେ ଦଳମତ ନିର୍ବିଶେଷରେ ସହରବାସୀ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଦେଇଥିବା ଦେଖିବାକୁ ମିଳିଛି ।

ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପର୍ଯ୍ୟନ୍ତ ନିର୍ବାହୀ ଅଧିକାରୀଙ୍କ ବଦଳି ନ ହୋଇଛି ସେ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ପ୍ରକାଶ।

ଏହି ଧାରଣାରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.